FeaturedLatestNews

ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ନବୀନ

ବ୍ରହ୍ମପୁର (ସଂକେତ ଟିଭି): ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଶେରଗଡ ସମେତ ଏକାଧିକ ସ୍ଥାନରେ ଅଦିନିଆ ବର୍ଷାରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି । ଚାଷୀଙ୍କ ସହ ଆଲୋଚନା କରିବା ସହିତ ନବୀନ ସେମାନଙ୍କୁ ସାନ୍ତ୍ବନା ମଧ୍ୟ ଦେଇଛନ୍ତି । ଚାଷୀଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯିବା ଦରକାର ବୋଲି ନବୀନ କହିଛନ୍ତି ।

ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଭୁବନେଶ୍ଵରରୁ ବାହାରି ନିଜ ନିର୍ବାଚନ ମଣ୍ଡଳୀର ଶେରଗଡଠାରେ ପହଞ୍ଚିଛନ୍ତି । ସେଠାରେ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ଚାଷ ଜମିକୁ ଅନୁଧ୍ୟାନ କରିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି । ପରେ କବିସୂର୍ଯ୍ୟନଗର, ଆସିକା ଓ ଖଲ୍ଲିକୋଟ ଅଞ୍ଚଳରେ ନବୀନ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ପରଖିଛନ୍ତି । ନବୀନଙ୍କ ସହ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ଗଞ୍ଜାମ ଜିଲ୍ଲାର ଦଳୀୟ ନେତାମାନେ ଉପସ୍ଥିତ ରହିଥିଲେ ।