CrimeFeaturedLatestNews

ଧରା ପଡିଲା ଆନ୍ତଃରାଜ୍ୟ ବାଇକ୍ ଚୋର ରାକେଟ୍; ୧୦ ବାଇକ୍ ଜବତ, ୨ ଗିରଫ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୋଲିସ ଦୁଇ ଜଣ ଆନ୍ତଃରାଜ୍ୟ ବାଇକ୍ ଚୋରଙ୍କୁ ଗିରଫ କରିବା ସହିତ ତାଙ୍କ ଠାରୁ ୧୦ଟି ମୋଟର ସାଇକେଲ୍ ଜବତ କରାଯାଇଛି । ଏହି ଜବତ ହୋଇଥିବା ବାଇକ୍ କୁ ବାଲେଶ୍ବର ଏସପି ରାଜ୍ ପ୍ରସାଦ ତାର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁସାରେ, ଜଳେଶ୍ବରରୁ ଚୋରୀ ହୋଇଥିବା ଏକ ଟିଭିଏସ୍ ଆପେଚେ ଗାଡି ର ସନ୍ଦାନ କରୁଥିବା ବେଳେ ପୋଲିସ ଏହି ଗ୍ୟାଙ୍ଗକୁ ଠାବ କରିଥିଲେ । ଗ୍ୟାଙ୍ଗର ଦୁଇ ଜଣଙ୍କୁ ଜଳେଶ୍ବର ଆମ୍ବିଲିଅଠାରୁ ଗିରଫ କରାଯାଇଥିଲା ।