BusinessFeaturedLatestNews

ଜାନୁଆରୀ ୩ରୁ ଭୁବନେଶ୍ବର ଓ ଝାରସୁଗୁଡାରୁ ଆରମ୍ଭ ହେବ ନୂଆ ସହରକୁ ବିମାନ ସେବା 

ଭୁବନେଶ୍ବର (ସଂକେତ ଟିଭି): ଆସନ୍ତା ଜାନୁଆରୀ ୩ ତାରିଖରୁ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ନୂଆ ସହରକୁ ବିମାନ ଚଳାଚଳ ଆରମ୍ଭ ହେବ। ଜାନୁଆରୀ ପହିଲାରୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବଇକୁ ବିମାନ ଚାଲିବ। ସେହିପରି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲକ୍ଷ୍ନୌ, ଡେରାଡୁନ୍‌, ଜୟପୁର, ଇନ୍ଦୋର ଏବଂ କୋଚିକୁ ସିଧାସଳଖ ବିମାନ ଚଳାଚଳ ହେବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ଏକ୍ସ’ରେ କହିଛନ୍ତି ଯେ ନୂଆ ସ୍ଥାନକୁ ମିଶାଇଲେ ଭୁବନେଶ୍ୱର ସହିତ ବିମାନରେ ଯୋଡ଼ି ହୋଇଥିବା ସହର ସଂଖ୍ୟା ୨୬ରେ ପହଞ୍ଚିବ। ଏସବୁ ସ୍ଥାନ ଗୁଡିକ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଏହା ଦ୍ୱାରା ଉପକୃତ ହେବ ବୋଲି କୁହାଯାଉଛି।