FeaturedLatestNews

ପୁରୀ ଓ ଜଗତସିଂହପୁର ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଲେ ନବୀନ

ଭୁବନେଶ୍ବର (ସଂକେତ ଟିଭି): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ୪ ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷାରେ ଚାଷୀଙ୍କର ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରୁଛନ୍ତି । ଆଜି ସେ ପ୍ରଥମେ ପୁରୀ ଜିଲ୍ଲାର ସତ୍ୟବାଦୀ ଯାଇ ଚାଷୀଙ୍କ ସହ ଆଲୋଚନା କରିଥିଲେ । ପରେ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଓ ବାଲିକୁଦା ବ୍ଲକର ବିଭିନ୍ନ ଅଂଚଳକୁ ଗସ୍ତ କରି ଚାଷୀଙ୍କ ଉଜୁଡ଼ା କ୍ଷେତ ବିଷୟରେ ପଚାରିବୁଝିଥିଲେ ।

ଅପରପକ୍ଷରେ ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ସେ ସରକାରଙ୍କ ସହ ଆଲୋଚନା କରିବେ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ନୂଆ ସରକାର ଚାଷୀଙ୍କ ପ୍ରତି ଯେଉଁଭଳି ବୈମାତୃକ ମନୋଭାବ ରଖୁଛନ୍ତି ତାକୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି । ଆମ ସରକାରରେ ଚାଷୀଙ୍କୁ ସଙ୍ଗେ ସଙ୍ଗେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଏ ସରକାର ଏଯାବତ୍‌ କାହିଁକି କିଛି ପଦକ୍ଷେପ ନେଉନାହାନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।