FeaturedGeneralLatestSports

ମନୁ ଭାକରଙ୍କ ସମେତ ୪ ଖେଳାଳିଙ୍କୁ ପ୍ରଦାନ କରାଯିବ ଖେଳରତ୍ନ ସମ୍ମାନ

ନୂଆଦିଲ୍ଲୀ (ସଂକେତ ଟିଭି): ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ମହିଳା ସୁଟ୍ଟର ମନୁ ଭାକର, ବିଶ୍ବ ଚେସ୍ ଚାମ୍ପିଅନସିପ୍ ବିଜେତା ଡି. ଗୁକେଶଙ୍କ ସମେତ ୪ ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପ୍ରଦାନ କରାଯିବ । ସେହିପରି ୩୨ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ।

ମନୁ ଭାକର ଓ ଡି. ଗୁକେଶଙ୍କ ବ୍ୟତୀତ ଭାରତୀୟ ହକି ଦଳର ଅଧିନାୟକହରମନ ପ୍ରୀତ୍ ସିଂହ ଏବଂ ପାରା ଅଥଲେଟ୍ ପ୍ରବୀଣ କୁମାରଙ୍କୁ ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଏଥିସହ ୩୨ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ ଅଛନ୍ତି ଆଥଲେଟ୍ ଜ୍ୟୋତି ୟାରାଣୀ, ଅନ୍ନୁ ରାଣୀ, ବକ୍ସିଂ ଖେଳାଳି ନୀତୁ, ଅବନ୍ତିକା ଅଗ୍ରଓ୍ବାଲ, ହକି ଖେଳାଳି ସଲିମା ଟେଟ୍, ଜରମନପ୍ରୀତ୍ ସିଂହ, ଶୁଖଜିତ୍ ସିଂହ, ପାରା ତୀରନ୍ଦାଜି ଖେଳାଳି ରାକେଶ କୁମାର, ପାରା ଆଥଲେଟ୍ ପ୍ରୀତି ପାଲ୍, ଜୀବନଜି ଦିପ୍ତୀ, ଅଜିତ୍ ସିଂହ, ସଚିନ୍ ସରଜେରାଓ ଆଦି ୩୨ଜଣ ଖେଳାଳୀ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ କମିଟିର ସୁପାରିସକୁ ଆଧାର କରି ଏବଂ ଯାଞ୍ଚ ପରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ୍, କୋଚ୍, ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୪ ଜଣ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଥିବା ବେଳେ ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ।