୧୦ରେ ବାଲେଶ୍ବରଠାରେ ଅନୁଷ୍ଠିତ ହେବ ବିଲଡ୍ ଅଫ୍ ୧.୦- ସଂଯୋଗ କାର୍ଯ୍ୟକ୍ରମ
ବାଲେଶ୍ବର (ସଂକେତ ଟିଭି): ଆସନ୍ତା ୧୦ ତାରିଖରେ ବାଲେଶ୍ବର ନୋସି ବିଜିନେସ ପାର୍କଠାରେ ବିଏନଆଇ ବାଲେଶ୍ବର ଚାପ୍ଟର ପକ୍ଷରୁ ବିଲଡ୍ ଅଫ୍ ୧.୦- ସଂଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ । ନିର୍ମାଣ କାର୍ଯ୍ୟ ତଥା ତତ୍ ସମ୍ବନ୍ଧୀୟ ବ୍ୟବସାୟର ସଂପ୍ରସାରଣ ତଥା ସହଯୋଗୀତା ବୃଦ୍ଧି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେବ । ଏହି କାର୍ଯ୍ୟକ୍ରମକୁ ଉତ୍ପଳ କର, ପାରଶ ଶର୍ମା ଓ ସୌକତ୍ ମଣ୍ଡଳ ପରିଚାଳନା କରିବେ । ଜୈନ ବିଲଡର୍ସ ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରୟୋଜକ ଭାବରେ ରହିଛନ୍ତି । ଏହି କାର୍ଯ୍ୟକ୍ରମର ଆସନ୍ତା ୧୦ ତାରିଖ ଅପରାହ୍ନ ୫ଟାରୁ ଆରମ୍ଭ ହେବ ।
ଆଜି ବାଲେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ନିଖିଲ ଖଣ୍ଡେଲଓ୍ବାଲ, ଉପସଭାପତି ସମ୍ପଥ ଦାସ, ଏରିଆ ଆସୋସିଏଟ୍ ଡାଇରେକ୍ଟର ଏମଏଚ୍ ଶାଦ ହାସମି, ଦିବ୍ୟଜ୍ୟୋତି ଦାସ ମହାପାତ୍ର ଏବଂ ବିଲଡ୍ ଅଫ୍ ୧.୦- ସଂଯୋଗ କାର୍ଯ୍ୟକ୍ରମର ଅଧ୍ଯକ୍ଷ ଉତ୍ପଳ କର ଏନେଇ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ପ୍ରେସ କୋଅର୍ଡିନେଟର ଗୋବିନ୍ଦ ରାଠୀଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।