ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ କୁମାର ସାହୁ
ଭୁବନେଶ୍ୱର (ସଂକେତ ଟିଭି): ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ଏନେଇ ଶନିବାର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରିନ୍ଦମ ଡାକୁଆଙ୍କୁ ଗତ ଜାନୁଆରୀ ୨ ତାରିଖରେ ବଦଳି କରାଯାଇ ଅନ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବାରୁ ୨୦୦୬ ବ୍ୟାଚର ଆଇଏସ ଅଫିସର ମନୋଜଙ୍କୁ ଏ ଦାୟିତ୍ବ ଦିଆଯାଇଛି।
ମଜୋନ ସାହୁ ଗତ ନଭେମ୍ବର ୧୭ ତାରିଖ ଠାରୁ କେନ୍ଦ୍ରୀୟ ଡେପୁଟେସନରେ ଓଡ଼ିଶା କ୍ୟାଡରକୁ ଆସିଛନ୍ତି। ସେ ତିନିବର୍ଷ ପର୍ଯ୍ୟନ୍ତ ଇଣ୍ଟର-କ୍ୟାଡେଟ୍ ଡେପୁଟେସନରେ ଥିଲେ। ମନୋଜଙ୍କୁ ଓଡ଼ିଶା କ୍ୟାଡରରେ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଅନୁରୋଧ କରିଥିଲେ।
ଆଇଏଏସ୍ ମନୋଜ କୁମାର ସାହୁ ଜଗତପୁରସିଂହ ଜିଲ୍ଲା ବାଲିକୁଦା ବ୍ଲକ୍ ସିଙ୍ଗାପୁର ଗ୍ରାମର ମୂଳ ବାସିନ୍ଦା ଅଟନ୍ତି। ସେ ହେଉଛନ୍ତି ଅରୁଣାଚଳ ପ୍ରଦେଶ କ୍ୟାଡର୍ ଆଇଏଏସ୍ ଅଧିକାରୀ। ଶ୍ରୀ ସାହୁ ଦିଲ୍ଲୀ ଡେପୁଟି ଇଲେକ୍ସନ କମିସନରଭାବେ ନିଯୁକ୍ତି ପାଇଥିଲେ। ଏହା ସହିତ ଦାଦ୍ରା ନଗର ହାବେଳୀ ଓ ଦାମନ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି। ସେହିପରି ଅରୁଣାଚଳ ପ୍ରଦେଶର ୱେଷ୍ଟ ସିଆଙ୍ଗ ଏବଂ କୁରୁଙ୍ଗ କୁମେୟର ଜିଲ୍ଲାପାଳ ଭାବେ ମଧ୍ୟ ସେବା ଦେଇଛନ୍ତି।
