FeaturedGeneralLatest

କୋଷ୍ଟଗାର୍ଡର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ; ୩ ମୃତ

ନୂଆଦିଲ୍ଲୀ (ସଂକେତ ଟିଭି): ଗୁଜୁରାଟର ପୋରବନ୍ଦର ବିମାନବନ୍ଦରରେ ରୁଟିନ୍‌ ଟ୍ରେନିଂ ବେଳେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁସାରେ, ରବିବାର ଅପରାହ୍ନ ସମୟରେ ଗୁଜୁରାଟ୍‌ ପୋରବନ୍ଦର ବିମାନବନ୍ଦରରେ କୋଷ୍ଟଗାର୍ଡର ଆଡଭାନ୍ସ ହେଲିକପ୍ଟର ଧ୍ରୁବ ରୁଟିନ୍‌ ଚେକ୍‌ଅପ୍‌ରେ ବାହାରିଥିଲା । ହଠାତ୍‌ ହେଲିକପ୍ଟରରେ କୌଣସି ତ୍ରୁଟି ନଜର ଆସିଥିଲା । ଯାହାକୁ ନେଇ ପାଇଲଟ୍‌ ଜଣଙ୍କ ତୁରନ୍ତ ଲ୍ୟାଣ୍ଡିଂ କରିବାକୁ ଅନୁମତି ମାଗିଥିଲେ । ଆଉ ଅନୁମତି କରିବା ସମୟରେ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଥିଲା । ଏହା ଭୂମିରେ ପଡ଼ିବା ମାତ୍ରେ ହେଲିକପ୍ଟରଟିରେ ନିଆଁକୁ ଲାଗିଯାଇଥିଲା ଏବଂ ଧୂଆଁ ବାହାରିବାକୁ ଲାଗିଲା। ହେଲିକପ୍ଟରରେ ଦୁଇଜଣ ପାଇଲଟଙ୍କ ସମେତ ତିନିଜଣ ଯବାନ ଥିଲେ।

ଦୁର୍ଘଟଣା ପରେ ତୁରନ୍ତ ଅଗ୍ନିଶମ ଏବଂ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭାରତୀୟ ସେନା ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।