ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ଡ୍ରୋନ୍
ଭୁବନେଶ୍ୱର (ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ଧରଣର ତ୍ରୁଟି ସାମନାକୁ ଆସିଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଗସ୍ତରେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାର ଝାଡ଼େଶ୍ୱର ମନ୍ଦିରକୁ ପ୍ରବେଶ କରୁଥିବା ସମୟରେ ଏକ ଡ୍ରୋନ୍ ତାଙ୍କ ପାଖରେ ଖସିପଡ଼ିଥିଲା।
ଡ୍ରୋନ୍ଟି ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିବାରୁ ସେ ଚମକିପଡ଼ିଥିଲେ। ତାଙ୍କ ପାଖରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯାହାର ଦୃଶ୍ୟ ଉକ୍ତ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି। ତୁରନ୍ତ ପିଏସ୍ଓ ଉକ୍ତ ଡ୍ରୋନ୍କୁ ପାଦରେ ଏଡ଼ାଇ ଦେଇଥିଲେ। ତେବେ କିଭଳି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଡ୍ରୋନ୍ କିପରି ଖସିଲା ସେନେଇ ନାନା ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।