କାରକୁ ଧକ୍କା ଦେଲା ହାଇୱା, ୨ ବିଜେପି ନେତା ମୃତ
ସମ୍ବଲପୁର (ସଂକେତ ଟିଭି): ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ କଣ୍ଟାପାଲିରେ କାରକୁ ଧକ୍କା ଦେଲା ହାଇୱା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ବିଜେପି କର୍ମୀ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ମୃତକମାନେ ହେଲେ ଦେବେନ୍ଦ୍ର ନାଏକ ଓ ମୁରଲୀ ଛୁରିଆ । ଦେବେନ୍ଦ୍ର ବିଜେପି ଚିପଲିମା ମଣ୍ଡଳ ସଭାପତି ରହିଥିବାବେଳେ ମୁରଲୀ ହେଉଛନ୍ତି ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ।
ସୂଚନା ଅନୁସାରେ, ଦେବେନ୍ଦ୍ର ଓ ମୁରଲୀ ସେମାନଙ୍କ ୨ ସହକର୍ମୀଙ୍କ ସହ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଫେରିଥିଲେ । ଏହାପରେ ରେଳ ଷ୍ଟେସନରୁ କାର ଯୋଗେ ଚିପଲିମା ସ୍ଥିତ ଘରକୁ ଫେରୁଥିଲେ । ଫେରିବା ବାଟରେ କଣ୍ଟାପାଲି ଅଞ୍ଚଳରେ ତାଙ୍କ କାରକୁ ପଛ ପଟୁ ଏକ ହାଇୱା ଶକ୍ତ ଧକ୍କା ଦେଇଥିଲା । ଯାହାଫଳରେ କାରଟି ଜାତୀୟ ରାଜପଥରୁ ତଳକୁ ଖସି ପଡିଥିଲା । ଘଟଣାସ୍ଥଳରେ ହିଁ ଦେବେନ୍ଦ୍ର ଓ ମୁରଲୀ ମୃତ୍ୟୁ ହୋଇଛି । କାରରେ ଥିବା ଅନ୍ୟ ୨ ଜଣଙ୍କୁ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବୁର୍ଲା ଭୀମସାରରେ ଭର୍ତ୍ତି କରିଥିବା ସୂଚନା ମିଳିଛି ।