CrimeFeaturedLatest

ଦିନ ଦ୍ୱିପହରରେ ଏକ ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଜଳେଶ୍ବର (ସଂକେତ ଟିଭି): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବାସନ୍ତୀ ପଡିଆ ଛକ ନିକଟରୁ ଦିନ ଦ୍ୱିପହରରେ ଏକ ଲକ୍ଷ ୮୦ ହଜାର ଲୁଟି ନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ ଆଜି ସମୟରେ ଜଳେଶ୍ଵର ବଡ଼ ବଜାର ସ୍ଥିତ ବୋଳାନାଥ ଜେନା ବ୍ୟାଙ୍କ ରୁ ଟଙ୍କା ଉଠାଇ ଘରକୁ ଫେରୁ ଥିଲେ । ବାସନ୍ତୀ ପଡିଆ ନିକଟରେ ଏକ ଚା ଦୋକାନ ରେ ଚା ପିଇବାକୁ ଯିବା ସମୟରେ କଳା ପଲସରରେ ଦୁଇ ଯୁବକ ବ୍ୟାଗଟିକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ।