CrimeFeaturedLatestNews

ବେଆଇନ ବାଲି ଚାଲାଣ ଉପରେ ଚଢାଉ; ୧୧ ଗାଡ଼ି ଜବତ,୨୧ ଅଟକ

ଜଳେଶ୍ବର (ଉମାକାନ୍ତ ନାୟକ): ବେଆଇନ ଲଘୁ ଖଣିଜ ପରିବହନ ବେଳେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳେଶ୍ୱରରେ ବଡ ଧରଣର ରେଡ କରାଯାଇ ୧୧ ଗାଡ଼ି ଜବତ କରାଯିବା ସହିତ ୨୧ ଜଣଙ୍କୁ ଅଟକ ରଖାଯାଇଛି। ଗତକାଲି ବିଳମ୍ବିତ ରାତିରେ ଉପ ଜିଲ୍ଲାପାଳ ପ୍ରଥମେଶ ରାଜଶିକରେଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ମହମଦ ନଗର ପାଟଣା ଓ ସେକସରାଇ ଅଞ୍ଚଳରେ ଚଢ଼ାଉ କରିଥିଲେ ।

ସୂଚନା ଅନୁଯାଇ ଗତ ୫ ତାରିଖ ଦିନ ସୁବର୍ଣ୍ଣରେଖା ନଦୀରୁ କିଛି ବାଲି ମାଫିଆ ବାଲି ଉତ୍ତୋଳନ କରୁଥିବା ବେଳେ ଜଳେଶ୍ୱର ମୁନିସିପାଲିଟିର ୨ ନମ୍ବର କାଉଁସିଲର ଏହାକୁ ପ୍ରତିବାଦ କରିଥିଲେ। ଯାହା ଫଳରେ ଉକ୍ତ ଯୁବକଙ୍କୁ ମାଫିଆ ମାନେ ଆକ୍ରମଣ କରିଥିଲେ। ଏଭଳି ଘଟଣାକୁ ନେଇ ମୁନିସିପାଲଟି ଚେୟାରମ୍ୟାନ ସହ କାଉନସିଲର ମାନେ ଏକ ଲିଖିତ ଅଭିଯୋଗ ନେଇ ଜିଲାପାଳଙ୍କ ଠାରେ ପହଁଛିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଉପଜିଲ୍ଲାପାଳଙ୍କ ଏକ ଟିମ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରିଥିଲେ । ଚଢାଉ ସମୟରେ ୯ଟି ହାଇଓ୍ବା , ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରି ଜଳେଶ୍ୱର ପୋଲିସ କୁ ହସ୍ତାନ୍ତର କରାଯାଇଛି ।