FeaturedGeneralLatestNews

୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦ୍‌ଘାଟନ କଲେ ମୋଦୀ

ଭୁବନେଶ୍ବର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଓଡ଼ିଶାର ଭୁନେଶ୍ବରର ଜନତା ମଇଦାନଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ କରିଛନ୍ତି।

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ” ଓଡ଼ିଶାର ମହାନ ମାଟି ହେଉଛି ଭାରତର ସମୃଦ୍ଧିର ପ୍ରତୀକ । ଓଡ଼ିଶାରେ ପ୍ରତିଟି ପାଦରେ ଐତିହାସିକ କୀର୍ତ୍ତିମାନ ରହିଛି । ଖଣ୍ଡଗିରି ଉଦୟଗିରି ଗୁମ୍ଫା ହେଉ ଅବା କୋଣାର୍କ ସୂର୍ଯ୍ୟ ମନ୍ଦିର ବା ତାମ୍ର ଲିପି ଦେଖିଲେ ଯେ କେହେବି ଗର୍ବ କରିବ । ପୂର୍ବରୁ ଓଡ଼ିଆମାନେ ଦୂରଦେଶକୁ ବାଣିଜ୍ୟ ପାଇଁ ଯାଉଥିଲେ । ଓଡ଼ିଶାରେ ବାଣିଜ୍ୟ କାରବାର ବାର୍ଲି, ସୁମାତ୍ରା, ଜାଭା ଯାଏଁ ହେଉଥିଲା । ଯାହାର ସମ୍ପୃତିରେ ବାଲିଯାତ୍ରା ଆୟୋଜନ ହେଉଛି । ଓଡିଶାରେ ରହିଛି ଧଉଳୀ ଶାନ୍ତିସ୍ତୁପ । ଯାହା ଶାନ୍ତିର ବଡ଼ ପ୍ରତୀକ । ଦୁନିଆରେ ଯେତେବେଳେ ତଲୱାରର ବଳରେ ସାମ୍ରାଜ୍ୟ ବୃଦ୍ଧି କରାଯାଉଥିଲା, ସେହି ସମୟରେ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ । ଏହିସବୁ ପ୍ରେରଣା ଦ୍ବାରା ଆଜି ଭାରତ ଦୁନିଆକୁ କହିପାରୁଛି ଯେ, ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି । ଓଡ଼ିଶା ମାଟିରେ ଆପଣଙ୍କୁ ସ୍ବାଗତ କରିବା ମୋ ପାଇଁ ଗର୍ବର ବିଷୟ । “

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ବର୍ତ୍ତମାନ ଭାରତର କଥାକୁ ଧ୍ୟାନର ସହ ଶୁଣୁଛି। ‘ମାନବତା ପ୍ରଥମ’ ମନ୍ତ୍ର ଆଧାରରେ ଭାରତ ଆଜି ବିଶ୍ଵ ଦରବାରରେ ନିଜର ଭୂମିକାକୁ ସୁଦୃଢ କରିପାରିଛି। ଏବେ ଭାରତର ଆଭିମୁଖ୍ୟ ବିଶ୍ବରେ ପରିଚିତି ହାସଲ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ଭଗବାନ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପବିତ୍ର ମାଟିରେ ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କଲେ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରବାସୀ ଭାରତୀୟ ଦିବସର ଏହି ସଂସ୍କରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ପ୍ରତିବିମ୍ବ । ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଐତିହ୍ୟ ସ୍ଥଳୀ ରହିଛି । ଭାରତୀୟ ପ୍ରବାସୀ ହେଉଛନ୍ତି, ଭାରତର ରାଷ୍ଟ୍ରଦୂତ । ପ୍ରବାସୀମାନଙ୍କ ପାଖରୁ ମିଳୁଥିବା ଭଲ ପାଇବା କେବେବି ଭୁଲି ହେବ ନାହିଁ