ଜାନୁଆରି ୩୧ ରାସନ କାର୍ଡର ଇ-କେୱାଇସି ପାଇଁ ଶେଷ ତାରିଖ
ଭୁବନେଶ୍ବର (ସଂକେତ ଟିଭି): ରାସନ କାର୍ଡର ଇ-କେୱାଇସି ପାଇଁ ଜାନୁଆରି ୩୧ତାରିଖକୁ ଶେଷ ତାରିଖ ଭାବରେ ଧାର୍ଯ୍ଯ କରାଯାଇଛି । ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ନ କଲେ କାର୍ଡ କଟିଯିବ । ଆଉ ରାସନ ମିଳିବନି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ଇ-କେୱାଇସି ସରିବା ପରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ। ପୂର୍ବରୁ ମଧ୍ୟ ସରକାର ଇ-କେୱାଇସି କରିବା ପାଇଁ ସୂଚନା ଦେଇଥିଲେ ।
ପୂର୍ବରୁ ମଧ୍ୟ ସରକାର ଇ-କେୱାଇସି କରିବା ପାଇଁ ସୂଚନା ଦେଇଥିଲେ । ସରକାର ଅଗଷ୍ଟରୁ ରାଶନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ରାଜ୍ୟ ବାହାରେ ଥିବା ହିତାଧିକାରୀ ଇ-କେୱାଇସି କରିଛନ୍ତି ।