FeaturedGeneralLatestNews

ତିରୁପତି ମନ୍ଦିରରେ ଦଳାଚକଟାରେ ୭ ମୃତ

ତିରୁପତି (ସଂକେତ ଟିଭି): ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ ମନ୍ଦିରରେ ଦଳାଚକଟାରେ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହିତ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ମନ୍ଦିର ପରିସରରେ ଥିବା ସର୍ବଦର୍ଶନ ଟୋକନ୍‌ କାଉଣ୍ଟରରେ ମାତ୍ରାଧିକ ଭିଡ କାରଣରୁ ଏହି ଦଳାଚକଟା ହୋଇଥିବା ସୂଚନା ମିଳିଛି । ଦଳଚକଟା ପରେ ସର୍ବସାଧାରଣ ଦର୍ଶନ ପାଇଁ ଥିବା ଟିକେଟ କାଉଣ୍ଟରକୁ ବନ୍ଦ ରଖାଯାଇଛି ।

ସୂଚନା ଅନୁସାରେ, ଫ୍ରି ଦର୍ଶନ ବା ସର୍ବଦର୍ଶନ ପାଇଁ ଉଦ୍ଦିଷ୍ଟ କାଉଣ୍ଟର ସମ୍ମୁଖରେ ବହୁମାତ୍ରାରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଥିଲା । ମାତ୍ର କୌଣସି କାରଣରୁ ଭକ୍ତଙ୍କ ମଧ୍ୟରେ ବଚସା ହେବାରୁ ଠେଲାପେଲା ଆରମ୍ଭ ହୋଇଥିଲା । ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଶ୍ରଦ୍ଧାଳୁ ଦୌଡା ଦୌଡି ହେବାରୁ ଦଳାଚକଟା ଘଟିଥିଲା । ଅଚେତ ହୋଇପଡିଥିବା କିଛି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମନ୍ଦିର ପ୍ରଶାସନ ସର୍ବଦର୍ଶନ ବ୍ୟବସ୍ଥାକୁ ସାମୟିକ ବନ୍ଦ ରଖିଛି । ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ପ୍ରଶାସନ ପକ୍ଷରୁ ଘଟଣାର ଯାଞ୍ଚ କରାଯାଉଛି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ଶ୍ରଦ୍ଧାଳୁମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।