CrimeFeaturedLatestNews

ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଗିରଫ

ଭୋଗରାଇ (ଉମାକାନ୍ତ ନାୟକ): ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର ରେଡ୍‌ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଞ୍ଚଳରେ ଚଢାଉ କରି ପୋଲିସ ଏହି ଘଟଣାରେ ମୁଖ୍ଯ ଅଭିଯୁକ୍ତ ମହିଳା ବ୍ରାଉନସୁଗାର ବେପାରୀ ମଲ୍ଲିକା ଏବଂ ଅନ୍ଯ ଜଣେ ସହଯୋଗୀ କୁ ଗିରଫ କରିଛି ।

ଗତ ଡିସେମ୍ବର ୨୩ରେ କମର୍ଦ୍ଦା ଥାନା କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର ବେପାର ଚାଲିଥିବା ଖବର ପାଇ ରେଡ୍‌ କରିବାକୁ ଯାଇଥିଲା ଅବକାରୀ ବିଭାଗ । ସେହି ସମୟରେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ହୋଇଥିଲା । ସେମାନଙ୍କ ଗାଡିର ଚାବି ଛଡାଇବା ସହ ଅଟକ ରଖାଯାଇଥିଲା । ପୂର୍ବରୁ ଏହି ଘଟଣାରେ ପୋଲିସ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ।