ବାଲେଶ୍ବର ସହରରେ ଜାରି ହେଲା କର୍ଫ୍ୟୁ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ସହରର ନୂଆବଜାର, ହରିପୁର ଓ ଅରଡବଜାରରେ ଲାଗିଲା କର୍ଫୁ । ଶନିବାର ଓ ରବିବାର ଭୋର୍ ୪ରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଜାଦପୁର, ଅକ୍ତିଆରପୁର ଏବଂ ଭାସ୍କରଗଞ୍ଜ ଅଞ୍ଚଳରେ ଜବରଦଖଲ ହୋଇଥିବା ରେଳ ବିଭାଗର ଜମି ଉଚ୍ଛେଦ କରାଯିବ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଏହି କର୍ଫ୍ଯୁ ଜାରି କରାଯାଇଛି ।
ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ୧୧.୦୧.୨୦୨୫ ସକାଳ ୪.୦୦ ରୁ ରାତି ୧୦.୦୦ ଏବଂ ୧୨.୦୧.୨୦୨୫ ସକାଳ ୪.୦୦ ରୁ ରାତି ୧୦.୦୦ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଆରଡବଜାରରୁ ପନିପରିବା ବଜାର, ହରିପୁରରୁ ଦର୍ଜି ପୋଖରୀ ଛକ, କସମିଲା ସେତୁରୁ ଫୁଲାଡି ଛକ, ନୂଆବଜାର ରେଳ ଫାଟକ, ଗୋଲାପୋଲା ଏବଂ ନୂଆବଜାର ପନିପରିବା ବଜାର ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ।