ସାଧାରଣ ଲୋକଙ୍କ ପାଇଁ ୨ଦିନ ଖୋଲା ରହିବ ପ୍ରବାସୀ ଭାରତୀୟ ସମ୍ମିଳନୀ
ଭୁବନେଶ୍ବର (ସଂକେତ ଟିଭି): ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ବିଭିନ୍ନ ଗ୍ୟାଲେରୀର ଷ୍ଟଲ ସାଧାରଣ ଲୋକ ବୁଲି ଦେଖିପାରିବେ । ସାଧାରଣ ଲୋକ ଶୁକ୍ରବାର ସନ୍ଧ୍ୟା ଠାରୁ ୧୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲି ଦେଖିପାରିବେ। ଏ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, “ପ୍ରବାସୀ ଦିବସ ଭେନ୍ୟୁରେ ଆମର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟକୁ ଗର୍ବିତ କରୁଥିବା ଅନେକ ପ୍ରେରଣାଦାୟକ ଏବଂ ସମୃଦ୍ଧ ମଡେଲ ସ୍ଥାନ ପାଇଥିବାରୁ ଆଜି ଏହି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହି ଭେନ୍ୟୁ ଜାନୁଆରୀ ୧୨ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏହା ମାଗଣା ହେବ। ଏହା ବ୍ୟତୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେବ”।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ଦୁଇରୁ ତିନି ଦିନ ଯାଏଁ ଲୋକଙ୍କ ପାଇଁ ବଢାଇବାକୁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ, ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ବହୁତ ଭଲ କାର୍ଯ୍ୟକ୍ରମ । ଆୟୋଜନ ବହୁତ ସୁନ୍ଦର କରାଯାଇଛି । ଏଭଳି ପ୍ରଦର୍ଶନ ଓଡ଼ିଶାର କଳା ସଂସ୍କୃତି, ପରମ୍ପରା ସବୁକୁ ଗୋଟିଏ ବାସ୍କେଟ୍ରେ ବିଶ୍ୱ ଆଗରେ ରଖାଯାଇଛି । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ମନରେ ବେଶ ଉତ୍ସାହ ରହିଛି । ଲୋକଙ୍କ ପାଇଁ ଆଉ ଦୁଇରୁ ତିନି ଦିନ ବଢାଯାଉ ବୋଲି ମତ ଦେବା ସହ ସାଧାରଣ ଲୋକ ଖାସ କରି ଯୁବବର୍ଗ ଏହାକୁ ଦେଖିବାକୁ ଅପିଲ କରିଥିଲେ ।