FeaturedLatestNews

ବାଲେଶ୍ବର ସହରରେ ଉଠିଗଲା କର୍ଫ୍ୟୁ

ବାଲେଶ୍ବର(ସଂକେତ ଟିଭି): ବାଲେଶ୍ୱର ସହରର ନୂଆବଜାର, ହରିପୁର ଓ ଅରଡବଜାରରେ ଲଗାଯାଇଥିବା କର୍ଫ୍ୟୁ ହଟାଇ ଦିଆଯାଇଛି । ଆଜି ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଗତକାଲି ଜିଲ୍ଲାପ୍ରଶାସନ ପକ୍ଷରୁ ବାଲେଶ୍ବର ସହରର ଜାଦପୁର, ଅକ୍ତିଆରପୁର ଏବଂ ଭାସ୍କରଗଞ୍ଜ ଅଞ୍ଚଳରେ ରେଳ ବିଭାଗର ଜମି ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ ପାଇଁ ଏହି କର୍ଫ୍ୟୁ ଲଗାଯାଇଥିଲା । ଶନିବାର ଓ ରବିବାର ଭୋର୍ ୪ରୁ ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ନିର୍ଦେଶ ନାମା ଜାରି କରାଯାଇଥିଲା ।

ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ୧୧.୦୧.୨୦୨୫ ସକାଳ ୪.୦୦ ରୁ ରାତି ୧୦.୦୦ ଏବଂ ୧୨.୦୧.୨୦୨୫ ସକାଳ ୪.୦୦ ରୁ ରାତି ୧୦.୦୦ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଆରଡବଜାରରୁ ପନିପରିବା ବଜାର, ହରିପୁରରୁ ଦର୍ଜି ପୋଖରୀ ଛକ, କସମିଲା ସେତୁରୁ ଫୁଲାଡି ଛକ, ନୂଆବଜାର ରେଳ ଫାଟକ, ଗୋଲାପୋଲା ଏବଂ ନୂଆବଜାର ପନିପରିବା ବଜାର ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ ବୋଲି ନିର୍ଦେଶ ଦିଆଯାଇଥିଲା। ହେଲେ ଆଜି ଅଚାନକ କର୍ଫ୍ଯୁ ହଟାଇ ଦିଆଯାଇଛି ।