କୁହୁଡି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଉଛି, କୋରାପୁଟ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର ଓ ସୁନ୍ଦରଗଡ଼ । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ପୁରୀ, ସମ୍ବଲରପୁର, କଳାହାଣ୍ଡି ଓ ଯାଜପୁର ଜିଲ୍ଲାରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ଅଛି । ଆସନ୍ତାକାଲି ଝାରସୁଗୁଡା, କଳାହାଣ୍ଡି, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ସମ୍ବଲପୁର,ଗଞ୍ଜାମ, ଗଜପତି ଓ ପୁରୀରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଜିଠୁ ସାମାନ୍ୟ କମିପାରେ । ଆଗାମୀ ୭ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଶୁଖିଲା ପାଗ ରହିବ । ସର୍ବନିମ୍ନ ତାପମାତ୍ରା ଆଗାମୀ ୩ ଦିନରେ ୨ରୁ ୪ ବୃଦ୍ଧି ପାଇବାକୁ ଥିବା ବେଳେ ଶୀତର ପ୍ରକୋପ କମିବ । ୩ ଦିନ ପରେ ସର୍ବନିମ୍ନ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସହ ପୁଣି ଶୀତର ପ୍ରକୋପ ବୃଦ୍ଧି ପାଇବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରାଜ୍ୟରେ ହାଲୁକା ଶୀତ ଅନୁଭବ ହେବାକୁ ଥିବା ବେଳେ ଘନ କୁହୁଡି କଲବଲ କରିବ ।