FeaturedGeneralLatestSports

ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡର ନୂଆ ସଚିବ ହେଲେ ଦେବଜିତ୍‌ ସାଇକିଆ 

ମୁମ୍ବାଇ (ସଂକେତ ଟିଭି): ଆସାମର ପୂର୍ବତନ କ୍ରିକେଟର ଦେବଜିତ୍ ସାଇକିଆ ବିସିସିଆଇ ସେକ୍ରେଟାରୀ ଭାବରେ ନିଯୁକ୍ତି ଦିଆଯାଇଛି । ପୂର୍ବତନ ସଂପାଦକ ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ତାଙ୍କ ସ୍ଥାନରେ ଏବେ ଦେବଜିତ୍ ସାଇକିଆଙ୍କୁ ନିଯୁକ୍ତି ମିଳିଛି । ଏନେଇ ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦେବଜିତ୍ ସାଇକିଆ ଆସାମ କ୍ରିକେଟ୍ ଆସୋସିଏସନରେ ଓ୍ବିକେଟ୍ କିପର ବ୍ୟାଟର ଭାବେ ଖେଳୁଥିଲେ । ୧୯୯୦ରୁ ୧୯୯୧ ମଧ୍ୟରେ ସେ ୪ଟି ଫାଷ୍ଟକ୍ଲାସ୍ କ୍ରିକେଟ୍ ଖେଳିଛନ୍ତି । ଏଥିରୁ ସେ ୮.୮୩ ହାରରେ ୫୪ ରନ ସଂଗ୍ରହ କରିଛନ୍ତି । ଓ୍ବିକେଟ୍ କିପର କ୍ୟାରିୟରରେ ୮ଟି କ୍ୟାଚ୍ ଓ ଗୋଟିଏ ଷ୍ଟମ୍ପିଂ କରିଛନ୍ତି । କ୍ରିକେଟ କ୍ୟାରିୟର ପରେ ସାଇକିଆ ଓକିଲାତି କ୍ଷେତ୍ରରେ ପାଦ ରଖିଥିଲେ । ସେ ଗୌହାଟି ହାଇକୋର୍ଟରେ ଜଣେ ଓକିଲ ଭାବରେ ଅଭ୍ୟାସ ଆରମ୍ଭ କରିଥିଲେ । ତାଙ୍କର ଆଇନଗତ କ୍ୟାରିୟର ପରେ, ସେ ଖେଳ କୋଟା ମାଧ୍ୟମରେ ରେଳବାଇ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କରେ ମଧ୍ୟ ଚାକିରି ପାଇଥିଲେ । ସାଇକିଆଙ୍କ କ୍ରିକେଟ ପ୍ରଶାସନ ୨୦୧୬ ମସିହାରୁ ଆରମ୍ଭ ହୋଇଥିଲା ।