FeaturedLatestNews

କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ହେବ ଟ୍ରାଇସିଟି : ନଗର ଉନ୍ନୟନ ମନ୍ତ୍ରୀ 

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟର ଏହି ତିନି ପ୍ରମୁଖ ସହର କଟକ,ଭୁବନେଶ୍ୱର ଓ ପୁରୀକୁ ନେଇ ରାଜ୍ୟ ସରକାର ଟ୍ରାଇସିଟିର ପରିକଳ୍ପନା କରୁଛନ୍ତି । ଏଥିପାଇଁ ଏକାଧିକ ପ୍ରସ୍ତାବିତ ଟାଉନପ୍ଲାନିଂ ଯୋଜନା ପ୍ରସ୍ତୁତ କରାଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ଟ୍ରାଫିକ ସମସ୍ୟା ଦୂର ପାଇଁ ଅଧିକ ନୂଆ ଓଭର ବ୍ରିଜ ଏବଂ ରିଂ ରୋଡ଼ ନିର୍ମାଣ ହେବ । ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ରିଂରୋଡ଼ ଓ ଓଭରବ୍ରିଜ କିପରି ଓ କେମିତି ନିର୍ମାଣ କରାଯାଇ ପାରିବ, ସେନେଇ ମୁଖ୍ୟମନ୍ତ୍ରୀ ଦୁଇଥର ବୈଠକ କରି ତୁରନ୍ତ ପ୍ଲାନ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇ ସାରିଛନ୍ତି । ଏନେଇ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଓ ପୂର୍ତ୍ତ ବିଭାଗ ସହ ଆଲୋଚନା ହୋଇଛି । ବର୍ତ୍ତମାନ ଦେଖାଯାଉଥିବା ଟ୍ରାଫିକ ସମସ୍ୟାକୁ ଦୂର ପାଇଁ ଆମେ ପବ୍ଲିକ ଟ୍ରାନ୍ସପୋର୍ଟ ସିଷ୍ଟମକୁ ଅଧିକ ବଢ଼ାଉଛୁ ।ଲୋକମାନେ ଯେମିତି ଅଧିକ ବସର ବ୍ୟବହାର କରିବେ ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି ।