CulturalFeaturedLatestNews

ମହାକୁମ୍ଭ ପାଇଁ ଓଡ଼ିଶାରୁ ପ୍ରୟାଗରାଜକୁ ଗଡିଲା ବସ

ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରୟାଗରାଜକୁ ସ୍ବତନ୍ତ୍ର ବସ ସେବା ଆରମ୍ଭ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିଛନ୍ତି। ମହାକୁମ୍ଭ ଉପଲକ୍ଷେ ଏହି ବସ୍‌ ସେବା ଆରମ୍ଭ କରାଯାଇଛି। ପୁରୀ-ଅଯୋଧ୍ୟା, ବ୍ରହ୍ମପୁର- ଅଯୋଧ୍ୟାକୁ ଏହି ସ୍ବତନ୍ତ୍ର ବସ ସେବା ଆରମ୍ଭ ହୋଇଛି। ଭୁବନେଶ୍ବର ଓ ସମ୍ବଲପୁରରୁ ମଧ୍ୟ ପ୍ରୟାଗରାଜକୁ ବସ୍‌ ଗଡିଛି। ଭୁବନେଶ୍ବର ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେସିଂ ମାଧ୍ୟମରେ ଚାରୋଟି ଯାକ ବସ୍‌ର ଶୁଭାରମ୍ଭ କରିଥିଲେ । ବ୍ରହ୍ମପୁରରୁ ପରବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସମ୍ବଲପୁରରେ ବିଧାୟକ ଜୟନାରାୟଣ ମିଶ୍ର, ପୁରୀରୁ ସାଂସଦ ସମ୍ବିତ ପାତ୍ର, ଭବାନୀପାଟଣାରୁ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ ପତାକା ଦେଖାଇ ବସ୍‌ ଶୁଭାରମ୍ଭ କରିଥିଲେ ।

ଅଯୋଧ୍ୟା ସହ ପ୍ରୟାଗରାଜକୁ ଶ୍ରଦ୍ଧାଳୁ ଯିବାର ବ୍ୟବସ୍ଥା କରାଯାଇଛି। ଏହି ବସ୍‌ରେ ସବୁ ସୁବିଧା ମିଳିବ। ଆଗକୁ ଲୋକଙ୍କ ଚାହିଦା ଦେଖି ବସ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି ଠାରୁ ପ୍ରୟାଗରାଜରେ କୁମ୍ଭ ମେଳା ଆରମ୍ଭ ହେବାକୁ ଥିବା ବେଳେ ଓଡ଼ିଶାରୁ ଏହି ବସ୍‌ ସେବା ଆରମ୍ଭ ହୋଇଛି । ବାରଣାସୀ ଏବଂ ପ୍ରୟାଗରାଜ ହୋଇ ଆଯୋଧ୍ୟାରେ ପହଞ୍ଚିବ ଏହି ବସ ।

ଗୋଟିଏ ବସ୍‌ରେ ୪୨ ଜଣ ଯାତ୍ରୀ ବସିବାର କ୍ଷମତା ରହିଛି । ବସରେ ଲାଇଟ ଭେଇକିଲ ଟ୍ରାକିଂ ଏବଂ ଅନ୍ୟାନ୍ୟ ସୁବିଧା କରାଯାଇଛି । ପ୍ୟାନିକ ବଟନ୍ ଏବଂ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ମଧ୍ୟ ରହିଛି । ଏଥିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି । ରହିବା, ଖାଇବାର ବ୍ୟବସ୍ଥା କରିବ ଓଏସ୍‌ଆରଟିସି ।