ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର
ଭୁବନେଶ୍ବର (ସଂକେତ ଟିଭି) ଆଜି ନୂଆଦିଲ୍ଲୀରେ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ଏମଓୟୁ ସ୍ବାକ୍ଷର ହୋଇଛି ।ଏହା ଅନ୍ତର୍ଗତ ରାଜ୍ୟର ୧.୩ କୋଟି ପରିବାରଙ୍କୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ । ଆଗାମୀ ଦିନରେ ରାଜ୍ୟର ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯିବ । ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଯୋଗ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯିବ। ସେମାନେ ଲୋକଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିବେ। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି କହିଛନ୍ତି ।
ସେ କହିଛନ୍ତି ଯେ ‘ବିରୋଧୀ ଦଳରେ ଥିଲା ସମୟରେ ଅନେକ ବାର ଏହାକୁ ଲାଗୁ କରିବାକୁ ଦାବି କରି ଆସୁଥିଲୁ। ବର୍ତ୍ତମାନ ସମୟରେ ସରକାରକୁ ଆସିବା ପରେ ଆମେ ପ୍ରତିଶ୍ରୁତି ପାଳନ କରିଛୁ। ତେବେ ରାଜ୍ୟରେ ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ବିଶେଷ ଭାବରେ ଉପକାର ପାଇବେ। ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ। ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇବେ। ଏହା ସହ ଦେଶର ପ୍ରାୟ ୩୦ ହଜାର ହସ୍ପିଟାଲ୍ରେ ଏହାର ସୁବିଧା ଜନସାଧାରଣ ପାଇପାରିବେ ’’ ।