CrimeFeaturedLatestNews

ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୪ କୋଟିର ଗଞ୍ଜେଇ କଷ୍ଟମ ବିଭାଗ ଓ ଡିଆର୍‌ଆଇ ଟିମ୍‌ ଜବତ କରିଛି । ଏହି ଚୋରା କାରବାରରେ ଜଣେ ଭାରତୀୟ ନାଗରିକ ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିଙ୍କ ଘର କେରଳ ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର କଷ୍ଟମ୍ସ ଅଧିକାରୀମାନେ ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀଙ୍କୁ ଅଟକାଇଥିଲେ। ତାଙ୍କ ଲଗେଜ୍ ଯାଞ୍ଚ୍ ସମୟରେ ସେଥିରୁ ୪ ପ୍ୟାକେଟରେ ୩.୯୯୦ କିଲୋଗ୍ରାମ ଓଜନର ହାଇଡ୍ରୋପୋନିକ୍ ଗଞ୍ଜେଇ ମିଳିଥିଲା। ଏହା ସହିତ ୮ ପ୍ୟାକେଟ ପଲିବ୍ୟାଗରେ ଏକ ପ୍ରକାର ସବୁଜ ଏବଂ ଲମ୍ୱା ପଦାର୍ଥ ରହିଥିଲା। ​​ଏହାର ପରୀକ୍ଷା କରାଯାଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୪ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଯାତ୍ରୀ ଜଣକୁ ଯାତ୍ରୀଙ୍କୁ ଏନ୍‌ଡିପିଏସ୍ ଅଧିନିୟମ, ୧୯୮୫ଅନୁଯାୟୀ ଗିରଫ କରାଯାଇଛି ଏବଂ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ଅଧିକ ପଚରାଉଚରା ପାଇଁ ନ୍ୟାୟିକ ହେପାଜତକୁ ନିଆଯାଇଛି।