FeaturedLatestNews

ଜାନୁଆରୀ ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ବର(ସଂକେତ ଟିଭି): ଜାନୁଆରୀ ଶେଷରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ । ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଯାବତ୍‌ ସୁଭଦ୍ରାରେ ୧୭ ହଜାର ମହିଳା ପୁଣି ସାମିଲ ହୋଇଛନ୍ତି । ‘ଅପଟ୍‌ ଆଉଟ୍‌ ହୋଇଥିବା ୧୭ ହଜାର ମହିଳା ପୁଣି ଯୋଡି ହୋଇଛନ୍ତି । ୩୧ ହଜାର ଅପଟ୍‌ ଆଉଟ୍‌ ହୋଇଥିଲେ, ୧୭ ହଜାର ମିଶିଛନ୍ତି । ବାକି ଥିବା ୧୪ ହଜାର ମହିଳା ଅପଟ୍‌ ଇନ୍‌ ନ କରିପାରନ୍ତି । ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି । ୨ ଲକ୍ଷରୁ ଅଧିକ ଇ-କେୱାଇସି ଅପ୍‌ଡେଟ୍‌ କରି ନାହାନ୍ତି। ଜାନୁଆରୀ ଶେଷରେ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଇ-କେୱାଇସି ଅପଡେଟ୍‌ କରିବାକୁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଜାନୁଆରୀ ଶେଷରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଦେବା ପୂର୍ବରୁ ସମସ୍ତଙ୍କୁ କେୱାଇସି ଅପଡେଟ୍ କରିବାକୁ ନିବେଦନ କଲେ ଉପ ମୁଖ୍ୟମନ୍ତ୍ରୀ । ତେବେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ୍ କଲେ କିମ୍ବା ଅପ୍ଟ ଇନ କଲେ ଯୋଜନାରେ ସାମିଲ ହୋଇପାରିବେ । କେହି ବି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବନି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।