ଜାନୁଆରୀ ୨୧ରୁ ବାଲେଶ୍ବରରେ ଆରମ୍ଭ ହେବ ଏକ୍ସପୋ ଓଡିଶା -୨୦୨୫
ବାଲେଶ୍ବର(ସଂକେତ ଟିଭି): ବାଲେଶ୍ୱର ସହରର ଆଇ.ଟି.ଆଇ ପଡିଆରେ ଆସନ୍ତା ୨୧ ତାରିଖରୁ ୨୬ ତାରିଖ ଯାଏଁ ଏକ୍ସପୋ ଓଡିଶା -୨୦୨୫ ଅନୁଷ୍ଠିତ ହେବ । ବାଲେଶ୍ୱର ଚେମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଏଣ୍ଡ କମର୍ସ (BCIC)ଏହି ମେଳାର ଆୟୋଜନ କରୁଛି । ଏହାକୁ ଏମଏସଏମଇ, ଡିଏଫଓ, କଟକ, ଭାରତ ସରକାରଙ୍କର ଏମଏସଏମଇ ମନ୍ତ୍ରଣାଳୟ, ଜିଲ୍ଲ ପ୍ରଶାସନ, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘ, ବିସିଆଇସି-ଡବ୍ଲୁଇ ଏବଂ ନୋସିର ସହାୟତାରେ ଆୟୋଜନ କରାଯାଉଛି ବୋଲି ବିସିଆଇସି ର ସଭାପତି ସଞ୍ଜୟ କୁମାର ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏଥର ଏହା ୨୦ତମ ସଂସ୍କରଣ। ଏହି ମେଳାରେ ମୋଟ ୩୨୦ ଟି ଷ୍ଟଲ୍ ରହିବ ଯେଉଁଥିରେ ଓଡ଼ିଶାର ବିଭିନ୍ନ ଉଦ୍ୟୋଗ ଓ ବାଣିଜ୍ୟ ମାନେ ତାଙ୍କର ଉତ୍ପାଦନ ଓ ସେବା ଉପସ୍ଥାପନ କରିବେ। ଏହି ମେଳାର ମୁଖ୍ୟ ଆକର୍ଷଣ ହେବ ଓଡ଼ିଶାର ଉଦ୍ୟୋଗ ଓ ବାଣିଜ୍ୟର ଏକ ବିଶେଷ ପ୍ରଦର୍ଶନୀ ଯେଉଁଥିରେ ଓଡ଼ିଶା ତଥା ଓଡିଶା ବାହାରର ବିଭିନ୍ନ ଉଦ୍ୟୋଗ ଓ ବାଣିଜ୍ୟ ମାନେ ତାଙ୍କର ଉତ୍ପାଦନ ଓ ସେବା ଉପସ୍ଥାପନ କରିବେ। ବିଭିନ୍ନ ପ୍ରକାରର ହୋଟେଲ, ବିଭିନ୍ନ ଶିଳ୍ପ ସଂସ୍ଥା ର ବିଭିନ୍ନ ପ୍ରକାରର ଜିନିଷ, ଘରୋଇ ସୌନ୍ଦର୍ଯ୍ୟକରଣ ସାମଗ୍ରୀ, ଗହଣା, ଗାଲିଚା, ଇଲେକ୍ଟ୍ରୋନିକ୍ସ, କର୍ପୋରେଟ ସଂସ୍ଥା ମାନ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ, ଅଟୋମୋବାଇଲସ-(ଉଭୟ ୨ ଚକିଆ ଏବଂ ୪ ଚକିଆ ଯାନ), ସହିତ ସରକାରୀ ହେଣ୍ଡିକ୍ରାଫ୍ଟସ ର ୨୦ଟି ଷ୍ଟଲ, ଡି. ଆଇ.ସି. ର ୨୫ଟି ଷ୍ଟଲ, ଓରମାସ ର ୫ଟି ଷ୍ଟଲ ମଧ୍ଯ ପଡିବ।
ଏହି କାର୍ଯ୍ୟକ୍ରମ କୁ ଏମ.ଏସ.ଏମ.ଇ. ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିବେ। ପ୍ରତ୍ୟହ ସନ୍ଧ୍ୟା ରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସରକାରଙ୍କ ତରଫରୁ ୩ ଟି ସାଂକୃତିକ ଦଳ ଏଥିରେ ଭାଗ ନେବେ। ଓଲିଉଡ ତଥା ବଲିଉଡ ର ଗାୟକ ଗାୟିକା ମାନେ ଏଥିରେ ଭାଗ ନେଇ ସଙ୍ଗୀତ ପରିବେଷଣ କରିବେ।
୨୩ ଜାନୁଆରୀ ସନ୍ଧ୍ୟା କୁ ସଂଘ ତରଫରୁ ନାରୀମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଉତ୍ସର୍ଗ କରି କେବଳ ମହିଳା ମାନଙ୍କ ଦ୍ବାରା ସଭା ପରିଚାଳନା କରାଯିବ। ଏଥିରେ ଅତିଥି କେବଳ ମହିଳାମାନେ ହିଁ ରହିବେ। ଏହାର ଉଦ୍ଦେଶ୍ୟ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ସହ ବାଣିଜ୍ୟରେ କେମିତି ଆଗକୁ ବଢିବାକୁ ପ୍ରୋତ୍ସହନ ଦିଆଯିବ।
ପ୍ରଥମ ସନ୍ଧ୍ୟାରେ ସଂଘ ତରଫରୁ କିଛି ସଦସ୍ୟ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ। ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନୀତ କରାଯିବ। ସଂଘ ତରଫରୁ ବାଲେଶ୍ବର ବାସୀଙ୍କୁ ଦୈନିକ ଏହି ଏକ୍ସପୋ କୁ ଆସି ବିଭିନ୍ନ ପ୍ରକାରର ସାମଗ୍ରୀ ଦେଖିବା, କିଣିବା ସହ ସାଂକୃତିକ କାର୍ଯ୍ୟକ୍ରମ କୁ ଦେଖୁ ମନଭରି ଉପଭୋଗ କରିବାକୁ ଅନୁରୋଧ କରାଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସଂପାଦକ ପ୍ରଣବ କୁମାର ନାୟକ , ଉପସଭାପତି ଭଗବାନ ଗୁପ୍ତା, ସଚିବ ( ଅର୍ଥ) ବିଷ୍ଣୁ କୁମାର ମାରୁ, ସାଂସ୍କୃତିକ ସମ୍ପାଦକ ନୀଳମାଧବ ବିଶ୍ବାଳ, ସହ-ସଂଯୋଜିକା-ଡବ୍ଲୁଇ କ୍ରୀଷ୍ଣା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।