ଐତିହ୍ୟ ଗ୍ରାମ ରଘୁରାଜପୁର ବୁଲି ଦେଖିଲେ ସିଙ୍ଗାପୁର ରାଷ୍ଟ୍ରପତି
ପୁରୀ (ସଂକେତ ଟିଭି): ଓଡ଼ିଶା ଗସ୍ତରେ ଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଆଜି ପୁରୀ ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟ ଗ୍ରାମ ରଘୁରାଜପୁରକୁ ନିଜ ପତ୍ନୀଙ୍କ ସହ ପରିଦର୍ଶନ କରିଛନ୍ତି । କଳାସଂସ୍କୃତିରେ ଭରପୂର ଏହି ଗ୍ରାମ ବୁଲିବା ସମୟରେ ସିଙ୍ଗାପୁର ରାଷ୍ଟ୍ରପତି ଲୋକମାନଙ୍କ ଘରେ ପଟ୍ଟ ଚିତ୍ର ତିଆରି ଶୖୈଳୀର ଡେମୋ ଦେଖିବା ସହ ପଟ୍ଟ ଚିତ୍ର ଶିଳ୍ପୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହିତ ରାମାୟଣ କଥାବସ୍ତୁ ଥିବା ଗଣେଶଙ୍କ ପଟ୍ଟଚିତ୍ର କିଣିଥିବା ଜଣାପଡ଼ିଛି । ରଘୁରାଜପୁର ଗ୍ରାମର ଇତିହାସ ସମ୍ପର୍କରେ ମଧ୍ୟ ଚିତ୍ରଶିଳ୍ପୀଙ୍କ ଠାରୁ ପଚାରି ବୁଝିଥିଲେ ସିଙ୍ଗାପୁର ରାଷ୍ଟ୍ରପତି । ପୁରୀର ଏହି ହେରିଟେଜ ଭିଲେଜ ବୁଲିବା ପରେ ସେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଗସ୍ତ କରିଥିଲେ ।
ଗତକାଲି ସେ ରାଜ୍ୟ ସରକାର ୮ଟି ଏମଓୟୁରେ ସ୍ୱାକ୍ଷର କରିଥିଲେ । ରାଷ୍ଟ୍ରପତି ଥର୍ମନଙ୍କ ସହ ଓଡ଼ିଶା ସରକାରଙ୍କ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଥିଲା । ପରେ ସେ ପୋଖରୀପୁଟ ଶିଳ୍ପୀବିହାରରେ ଥିବା ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି ପରିଦର୍ଶନ କରିବା ସହ ସେଠାରେ ସେ ୪ ଘଣ୍ଟା ସମୟ ବିତାଇଥିଲେ । ଆଉ ମଧ୍ୟ କଳାଭୂମିରେ ଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ଗ୍ୟାଲେରୀ ବୁଲି କରୁଣା ଶିଳ୍କ, କୋଟପାଡ ଶାଢ଼ୀ, ସମ୍ବଲପୁରୀ, ମାଣିଆବନ୍ଧ ଶାଢ଼ୀ ବୁଣିବା ଶୈଳୀ ବିଷୟରେ ପଚାରି ବୁଝିବା ସହ ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଥିଲେ ।