ଆରଜି କର ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
କୋଲକାତା (ସଂକେତ ଟିଭି): କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଏହା ସହିତ, କୋର୍ଟ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି।
ସିଆଲଦା କୋର୍ଟର ବିଚାରପତି ଜାନୁଆରୀ ୧୮ତାରିଖରେ ସ୍ପଷ୍ଟ କରିସାରିଥିଲେ ଯେ ଏହି ମାମଲାରେ ସର୍ବାଧିକ ଦଣ୍ଡ “ମୃତ୍ୟୁଦଣ୍ଡ” ଓ ସର୍ବନିମ୍ନ ଦଣ୍ଡ ଆଜୀବନ କାରାଦଣ୍ଡ ହେବ। ଏହା ପରେ ମୃତ ଡାକ୍ତରଙ୍କ ପରିବାର ସହିତ ସିବିଆଇ ମଧ୍ୟ ମୃତ୍ୟୁଦଣ୍ଡ ଦାବି କରିଥିଲା। କିନ୍ତୁ, ମୃତ୍ୟୁଦଣ୍ଡ ଦେବା ପରିବର୍ତ୍ତେ, କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି। କୋର୍ଟ ଏହି ମାମଲାକୁ ବିରଳ ବୋଲି ବିବେଚନା କରୁନଥିବାରୁ ମୃତ୍ୟୁଦଣ୍ଡ ଦେଇନଥିବା ସାମ୍ନାକୁ ଆସିଛି।
ରାୟ ଶୁଣାଇବା ପୂର୍ବରୁ କୋର୍ଟ ସଞ୍ଜୟକୁ ନିଜର ପକ୍ଷ ରଖିବାକୁ କହିଥିଲେ। ଉତ୍ତରରେ ସଞ୍ଜୟ କହିଥିଲା, ” ସେ କିଛି ଭୁଲ କରିନାହାଁନ୍ତି। କୋର୍ଟରେ, ଅଭିଯୁକ୍ତ ଏକ ଅଜବ ଯୁକ୍ତି ଦେଇଥିଲେ ଏବଂ କହିଥିଲେ ଯେ ସେ କିଛି ଭୁଲ କରିନାହାଁନ୍ତି। ଯେହେତୁ ସେ ରୁଦ୍ରାକ୍ଷ ମାଳା ପିନ୍ଧନ୍ତି, ଯଦି ତାଙ୍କ ପକ୍ଷରୁ କୌଣସି ଭୁଲ ହୋଇଥାନ୍ତା, ତେବେ ଘଟଣା ସମୟରେ ହିଁ ମାଳା ଛିଣ୍ଡି ଯାଇଥାନ୍ତା। ମୋତେ କହିବାକୁ ଅନୁମତି ଦିଆଗଲା ନାହିଁ। ଅନେକ କାଗଜପତ୍ରରେ ଜୋରଜବରଦସ୍ତ ଦସ୍ତଖତ କରାଯାଇଥିଲା।”
ଏହା ଶୁଣିବା ପରେ କୋର୍ଟ କହିଥିଲେ ଯେ, “ତୁମ ଉପରେ ଲାଗିଥିବା ସମସ୍ତ ଆରୋପ ପ୍ରମାଣିତ ହୋଇସାରିଛି। ଏବେ ଏସବୁର କିଛି ଅର୍ଥ ନାହିଁ।”
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟ ୯ ତାରିଖ ସକାଳେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରର ସେମିନାର ହଲରୁ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ରାତି ଡ୍ୟୁଟି ସମୟରେ ବିଶ୍ରାମ କରୁଥିବା ବେଳେ ସଞ୍ଜୟ ମୃତକଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିଲା।
ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ କୋର୍ଟର ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି। ସେ କହିଥିଲେ, ଆମେ ସମସ୍ତେ ମୃତ୍ୟୁଦଣ୍ଡ ଦାବି କରିଥିଲୁ, କିନ୍ତୁ କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି, ଏଥିରେ ମୁଁ ସନ୍ତୁଷ୍ଟ ନୁହେଁ।
ମମତା ବାନାର୍ଜୀ କହିଛନ୍ତି ଯେ ସେ କୋର୍ଟର ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି। କୋଲକାତା ପୋଲିସଠାରୁ ଜୋରଜବରଦସ୍ତ ମାମଲା ଛଡ଼ାଇ ନିଆଯାଇଥିଲା। ଯଦି ମାମଲାଟି କୋଲକାତା ପୋଲିସ ପାଖରେ ଥାଆନ୍ତା, ତେବେ ଦୋଷୀ ସଞ୍ଜୟ ରାୟଙ୍କୁ ନିଶ୍ଚିତ ଭାବରେ ମୃତ୍ୟୁଦଣ୍ଡ ମିଳିଥାଆନ୍ତା।