ଜାତୀୟ ଗ୍ରାମୀଣ ଜୀବିକା ମିଶନ ଇସି ସଦସ୍ୟଙ୍କ ବିକ୍ଷୋଭ ପ୍ରଦର୍ଶନ
ବାଲେଶ୍ବର(ସଂକେତ ଟିଭି): ଏଆଇଟିୟୁସି ସଂଯୁକ୍ତ “ନିଖିଳ ଓଡିଶା ଜୀବିକା ମିଶନ ଇସି ସଂଘ” ପକ୍ଷରୁ ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ସମନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଓଡିଶା ଜୀବିକା ମିଶନ ନିର୍ଦ୍ଦେଶକ ତଥା ସିଇଓ ଗତ ୮ଜାନୁଆରୀରେ ୩୭ନମ୍ଵର ଚିଠି ବଳରେ ସମସ୍ତ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ଅଡିଟ ସାଂଗକୁ ସିଏଲ୍ଏଫ୍ ଓ ଜିପିଏଲ୍ଏଫ୍ ର ସଭାପତି ସମ୍ପାଦକ ରିଷ୍ଟ୍ରକ୍ଚରିଙ୍ଗ୍ କରିବା ନିର୍ଦ୍ଦେଶ ଦେବା ପରେ ସମଗ୍ର ରାଜ୍ଯରେ ଏକ ଲକ୍ଷ ୩୦ହଜାରରୁ ଅଧିକ ଇସି ସଦସ୍ଯଙ୍କ ମଧ୍ଯରେ ଘୋର ପ୍ରତିକ୍ରିୟା ଦେଖା ଦେଇଛି। ଗତ ୨୫ଵର୍ଷ ଧରି ସମାଜର ସାଧାରଣ ମହିଳାଙ୍କ ଜୀବିକା ଅର୍ଜନର ରାହା ଦେଖାଇବା ପାଇଁ ବିନା ପାରିଶ୍ରମିକରେ କାର୍ଯ୍ଯ କରିଆସିଥିଵା ବେଳେ ୨୦୨୨ରୁ ଫିକ୍ସଡ୍ ଟ୍ରାଭେଲିଙ୍ଗ ଆଲାଓ୍ଵେନସ୍ ନାମରେ ଏକ ହଜାର ୫ଶହ ଘୋଷଣା ହେବାରୁ ଏବେ ରିଷ୍ଟ୍ରକ୍ଚରିଙ୍ଗ ନାମରେ ଏହି ମହିଳା ଶ୍ରମିକଙ୍କୁ ହଟାଇ ଦଳୀୟ ଭିତ୍ତିରେ ନୂତନ ଇସି ନିଯୁକ୍ତି କରାଯାଇଛି।
ଏହି ଇସି ରିଷ୍ଟ୍ରକ୍ଚରିଙ୍ଗ୍ ବନ୍ଦ କରିଵା ସହ ଇସି ସଦସ୍ଯଙ୍କୁ ସ୍ଥାୟୀ ନିଯୁକ୍ତି, ଏନ୍ଆରଏଲଏମ୍ ସ୍କିମ ଅଧିନରେ କାର୍ଯ୍ଯରତ ସମସ୍ତ ଇସି ସଦସ୍ଯ ଓ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ଓ୍ଵାର୍କର ମାନ୍ଯତା, ଇପିଏଫ୍ – ଇଏସ୍ଆଇ ସମେତ ସମସ୍ତ ସାମାଜିକ ନିରାପତ୍ତା, ଗତ ଜୁଲାଇରେ ସରକାରଙ୍କ ଦ୍ଵାରା ଘୋଷିତ ସର୍ବ ନିମ୍ନ ମଜୁରୀ ଆଇନ ର କୁଶଳୀ ଶ୍ରମିକଙ୍କ ସର୍ଵନିମ୍ନ ମଜୁରୀ ହାରରେ ମାସିକ ଭତ୍ତା ପ୍ରଦାନ, ୨୦୨୪ ମସିହା ସେପ୍ଟେମ୍ଵର ମାସରୁ ବକେୟା ଥିବା ଇସି ଏଫ୍ ଟିଏ, ସିଆରପି ଓ ଏମଵିକେଙ୍କ ଏକ ବର୍ଷର ବକେୟା ପ୍ରଦାନ ଦାବିରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।
ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘର ଜିଲ୍ଲା ସଭାପତି ପ୍ରଭାତୀ ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ତଥା ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସ ଉଦବୋଧନ ଦେଇଥିଲେ । ସଂଘର ଜିଲ୍ଲା ସମ୍ପାଦକ ସ୍ମାରକୀ ସ୍ଵାଇଁ, ଡିଏଲ୍ଏଫ୍ ସଭାପତି ସୁଷମା ଦତ୍ତ, ସମ୍ପାଦକ, ସରଶ୍ଵତୀ ପାତ୍ର, ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଉପସାଧାରଣ ସମ୍ପାଦକ ପ୍ରତିଭା ପାଲ, ଏଆଇଟିୟୁସି ରାଜ୍ଯ ଉପସଭାପତି ଗୈ।ରାଙ୍ଗ ପାଣିଗ୍ରାହୀ, ଜିଲ୍ଲା ସଭାପତି ଭାଗଵତ ପ୍ରତିହାରୀ, ସଂଘର ମନୋରମା କମିଳା, ଉପସଭାପତି ଲକ୍ଷ୍ମୀ ପ୍ରିୟା ଦାସ, ସ୍ଵାତୀ ଭୋଳ, କଵିତା ପାଲ, ଶିଵାନୀ ମହାନ୍ତି, ରାଜ୍ଯ ଉପସଭାପତି ତପନ ସିଟ, ଜିଲ୍ଲା ଯୁଗ୍ମ ସମ୍ପାଦକ ମମତା ଵିଶ୍ଵାଳ, ମମତା ରାଣୀ ଦାସ, ପ୍ରମିଳା ନାୟକ, ସଵିତା ଦାସ, ଵିଏଲ୍ଏଫ୍ ପ୍ରଭାତୀ ହୋତା, ସଵିତା ରଣା, ଚନ୍ଦ୍ରକାନ୍ତୀ ଜେନା, ଭିଟାମାଟି ଆନ୍ଦୋଳନର ନେତା ଅରୁଣ ଜେନା, ଵାଲେଶ୍ଵର ପଥ ଵିକ୍ରେତା ସଂଘର ଉପସଭାପତି ଆଵିଦ ଖାନ୍, ଶ୍ରମିକ ନେତା ଶାନ୍ତନୁ ଦାସ, ସାମ୍ଵାଦିକ ରତିକାନ୍ତ ପାତ୍ର, ସଂଘର ସ୍ଵର୍ଣ୍ଣକାନ୍ତି ମହାପାତ୍ର, ସ୍ନେହଲତା ଵେହେରା, ସଂଯୁକ୍ତା ସିଂହ ପ୍ରମୁଖ ଏହି ଦାବି ସପକ୍ଷରେ ଉଦଵୋଧନ ଦେଇଥିଲେ।
ଏକ ୧୭ଜଣିଆ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଦାଵିପତ୍ର ଉପସ୍ଥାପନ କରିଥିଲେ ଏହା ପୁର୍ବରୁ ଵାଲେଶ୍ଵର ରେଳ ଷ୍ଟେସନ ଠାରୁ ଏକ ଵିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲା।