ଓଡ଼ିଶା ବାହାରେ ଥିବା ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା
ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶା ବାହାରେ ରହୁଥିବା ମହିଳାଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରିଛନ୍ତି। ଜିଲ୍ଲା ଓ୍ୱାରୀ ରିଭ୍ୟୁରୁ ଏପରି ତଥ୍ୟ ଆସିଛି। ତେଣୁ ସେମାନେ ଯଦି ଆବେଦନ କରିବେ, ତେବେ ସେମାନଙ୍କ କଥାକୁ ବିଚାରକୁ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି ଜିଲ୍ଲା ରିଭିୟୁରେ ବଡ଼ ତଥ୍ୟ ଆସିଛି। ଓଡ଼ିଶାର ଅନେକ ମହିଳା ବାହାର ରାଜ୍ୟରେ କାମ କରୁଛନ୍ତି। ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି । ସେମାନେ ଜଲଦି ଆବେଦନ କରନ୍ତୁ ସରକାର ତାଙ୍କୁ ବି ସୁଭଦ୍ରା ଟଙ୍କା ଦିଆଯିବ। ଶେଷ ହିତାଧିକାରୀଙ୍କ ପାଖରେ ସରକାର ପହଞ୍ଚିବେ । ଜାନୁଆରୀ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟର ସୁଭଦ୍ରା ଟଙ୍କା ମିଳିବ। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ।