FeaturedGeneralHealthLatest

ବଡ଼ ଘୋଷଣା କଲେ ଟ୍ରମ୍ପ, ଡବ୍ଲୁଏଚଓରୁ ହଟିଲା ଆମେରିକା, ୭୮ ନିଷ୍ପତ୍ତି ରଦ୍ଦ

ନୂଆଦିଲ୍ଲୀ (ସଂକେତ ଟିଭି): ୪୭ତମ ରାଷ୍ଟ୍ରପତି ଭାବେ ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ୧୦ ବଡ଼ ଆଦେଶ ଜାରି କରିଛନ୍ତି । ଏଥିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା WHO ସଦସ୍ୟତାରୁ ଆମେରିକା ବାହାର ହେବାକୁ ଆଦେଶ ସାମିଲ୍ ରହିଛି । ସେ ବାଇଡେନ ସରକାର ଦ୍ବାରା ଜାରି ହୋଇଥିବା ୭୮ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି । ଏହା ସହିତ ପ୍ୟାରିସ୍ ଜଳବାୟୁ ବୁଝାମଣାରୁ ଆମେରିକାକୁ ବାହାର ହେବାକୁ ଘୋଷଣା କରିଛନ୍ତି ।

କେଉଁ କେଉଁ ଆଦେଶ ଜାରି:-

୧. ଅବୈଧ ପ୍ରବେଶ ରୋକିବାକୁ ଦକ୍ଷିଣ ସୀମାରେ ଜରୁରି ପରିସ୍ଥିତି ଜାରି, ଅନୁପ୍ରବେଶ ରୋକିବାକୁ ମୁତୟନ ହେବେ ସୈନ୍ୟ

୨. ୨୦୨୧ ଜାନୁଆରୀ ୬ ତାରିଖରେ ଆମେରିକା କ୍ୟାପିଟଲ ହିଲ ହମଲାରେ ୧୫ଶହ ଦୋଷୀ ରାଜକ୍ଷମା

୩. ରିମେନ୍‌ ଇନ୍‌ ମେକ୍ସିକୋ ପଲିସି ଲାଗୁ କରାଯିବ

୪. ଧରିବା ଓ ଛାଡିବା ବ୍ୟବସ୍ଥାର ଉଚ୍ଛେଦ

୫. ବିଦେଶୀ ଆତଙ୍କୀ ସଙ୍ଗଠନ କ୍ରିମିନାଲ କାର୍ଟେଲ ଘୋଷିତ ହେବେ

୬. ଆମେରିକାରେ ବିଦେଶୀ ଗୋଷ୍ଠୀର ଅନ୍ତ ଘଟାଇବାକୁ ବିଦେଶୀ ଶତ୍ରୁ ଅଧିନିୟମ ୧୯୭୮ ଲାଗୁ କରାଯିବ

୭. ଦେଶରେ ତୃତୀୟ ଲିଙ୍ଗ ବ୍ୟବସ୍ଥା ଉଚ୍ଛେଦ, କେବଳ ୨ଟି ଲିଙ୍ଗ ପୁରୁଷ ଓ ମହିଳା ରହିବେ

୮. ମେକ୍ସିକୋ ଉପସାଗରର ନାମ ବଦଳାଇ ଆମେରିକା ଉପସାଗର କରାଯିବ

୯. ପାନାମା କେନାଲକୁ ପାନାମା ଠାରୁ ଫେରାଇ ଅଣାଯିବ

୧୦. ଅନ୍ୟ ଦେଶ ଉପରେ ଟିକସ ବସାଇବାକୁ ଏକ୍ସଟର୍ନାଲ ରେଭେନ୍ୟୁ ସର୍ଭିସର ଗଠନ