ସୁଭଦ୍ରା ଯୋଜନାରେ ୧୫୭ ପୁରୁଷ କରିଥିଲେ ଆବେଦନ
ଭୁବନେଶ୍ବର(ସଂକେତ ଟିଭି): ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନା ଟଙ୍କା ପାଇବାକୁ ୧୫୭ ଜଣ ପୁରୁଷ ଆବେଦନ କରିଛନ୍ତି । ଯାଞ୍ଚ ବେଳେ ଏହି ତଥ୍ୟ ସାମନାକତୁ ଆସିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, “ମହିଳାଙ୍କ ପାଇଁ ହୋଇଥିବା ଏହି ସ୍କିମରେ ପୁରୁଷ ଆବେଦନ କରିଛନ୍ତି । ଫର୍ମ ସର୍ଟିଂ ବେଳେ ଏହି ତଥ୍ୟ ଜଣାପଡ଼ିଲା । ସୁଭଦ୍ରା ପାଇଁ ୧୫୭ ଜଣ ପୁରୁଷ ଆବେଦନକାରୀ ଆବେଦନ କରିଛନ୍ତି । ସେମାନଙ୍କୁ ବାଦ ଦିଆଯାଇଛି । ଆଧାର କାର୍ଡର ବ୍ୟାଙ୍କ ଲିଙ୍କ ଡାଟା ଆସିବା ପରେ ଜଣାପଡିଛି । “
ସେ କହିଛନ୍ତି, ‘ବେଳେ ବେଳେ ପୁଅ ଓ ଝିଅଙ୍କ ନାଁ ଏକା ଭଳି ଥାଏ । ନାଁର ସ୍ପେଲିଂ ମଧ୍ୟ ଏକା ହୋଇଥାଏ । ତ୍ରୁଟିରେ ଆବେଦନ କରିଥାଇ ପାରନ୍ତି । ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।’