GeneralLatestNews

ଜାନୁଆରୀ ୩୧ରେ ସରିବ ରାସନ କାର୍ଡ ପାଇଁ ଚାଲିଥିବା କେୱାଇସି ପ୍ରକ୍ରିୟା

ଭୁବନେଶ୍ବର(ସଂକେତ ଟିଭି): ରାସନ କାର୍ଡକୁ ନେଇ ଚାଲିଥିବା କେୱାଇସି ପ୍ରକ୍ରିୟା ଜାନୁଆରୀ ୩୧ ତାରିଖରେ ଶେଷ ହେବ । ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ କାର୍ଡ ସରେଣ୍ଡର କରିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଅପିଲ୍ କରିଛନ୍ତି ।

ସେ କହିଛନ୍ତି ଯେ ବୋଧେ ଭୟରେ କେୱାଇସି ପାଇଁ ଆସୁନାହାନ୍ତି । କିନ୍ତୁ ଶୀଘ୍ର ସରେଣ୍ଡର କଲେ ଭଲ । ବ୍ଲକରେ ୨୦୦ରୁ ୩୦୦ ଅଧିକ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ସରକାରୀ ଚାକିରି କରି ରାସନ କାର୍ଡ ହାତେଇଛନ୍ତି । ସରେଣ୍ଡର କଲେ ଭଲ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

ନିକଟରେ ମନ୍ତ୍ରୀ କହିଥିଲେ ଯେ, ପ୍ରାୟ ୪ ଲକ୍ଷ ଆୟକରଦାତା ମଧ୍ୟ ରାସନ ନେଉଥିଲେ। ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆୟକରଦାତାଙ୍କୁ ରାସନକାର୍ଡରୁ ବାଦ୍‌ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁରା ତଥ୍ୟ ସାମ୍ନାକୁ ଆସିଲେ ସେମାନଙ୍କୁ ରାସନ କାର୍ଡରୁ ବାଦ୍‌ ଦିଆଯିବ ।

ରାସନ କାର୍ଡ ଆବେଦନ ନେଇ ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଇ-କେୱାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ। ପ୍ରାୟ ୪୧ ଲକ୍ଷ ଏବେ ବି ଇ-କେୱାଇସି ଅପଡେଟ୍‌ କରିନାହାଁନ୍ତି। ଇ-କେୱାଇସି ପରେ କେତେ ଭୂତ ରାସନକାର୍ଡଧାରୀ ଅଛନ୍ତି, ତାହା ସ୍ପଷ୍ଟ ହେବ।