LatestNews

ମଦ କାରବାର ବନ୍ଦ ଦାବିରେ ଅବକାରୀ ଅଫିସ ସମ୍ମୁଖରେ ଗଣ ଧାରଣା

ଜଳେଶ୍ୱର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବ୍ଳବ ରେ ଆଠ ଦଫା ଦାବି ନେଇ ଆମ୍ବେଦକର ଏକତା ମଞ୍ଚ ପକ୍ଷରୁ ଅବକାରୀ ଅଫିସ ସମ୍ମୁଖରେ ଗଣ ଧାରଣା ଦେଇଥିଲେ । ଆନ୍ଦୋଳନକାରୀମାନେ ଜଳେଶ୍ୱର ବ୍ଲକ ଛକ ଠାରୁ ଏକ ଶୋଭା ଯାତ୍ରା ବାହାରି ଅବକାରୀ ଅଫିସ ଗଣ ଧାରଣା ଦେଇ ଥିଲେ।

ସୂଚନା ଅନୁସାରେ, ଜଳେଶ୍ୱର ଅଂଚଳ ରେ ବେନିୟମ ଭାବେ ଦେଶୀ ତିଆରି ମଦ, ନକଲି ବିଦେଶୀ ମଦ, ଗଞ୍ଜା, ଅଫିମ, ଧଳାଜହର, ଚରସ ଇତ୍ୟାଦି ନିଶା ମାଦକ ଦ୍ରବ୍ୟ ଗୁଡ଼ିକର କାରବାର କ୍ରମଶଃ ବ୍ୟାପକ ଭାବେ ବୃଦ୍ଧି ପାଉଛି ଏବଂ ଏହା ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି ବୋଲି ଆମବେଦକର ଏକତା ମଞ୍ଚ ଅଭିଯୋଗ କରିଛି । ଏକ ସୁସ୍ଥ ସମାଜକୁ ନଷ୍ଟ କଳୁଷିତ ଏବଂ ପଥ ଭ୍ରଷ୍ଟ କରିବା ପାଇଁ ଭିତ୍ତିଭୂମୀ ତିଆରି ହୋଇସାରିଛି । ପ୍ରଶାସନ ଏଥିରୁ ନଜର ହଟାଇବା ପାଇଁ ସରଳ ଦଳିତ ଆଦିବାସୀ ମାନଙ୍କ ଉପରେ ଦେଶୀ ମଦ କାରବାରରେ ମିଥ୍ୟା ଆରୋପ ଲଗାଇ ଗିରଫ କରୁଛି । ମାତ୍ର ପ୍ରକୃତରେ ଲିପ୍ତ ଥିବା ମୁଖ୍ୟ ଅପରାଧୀ ମାନଙ୍କୁ ଗିରଫ ନକରି ସେମାନଙ୍କ ନିଶା ବ୍ୟବସାୟକୁ ଅଧିକ ବିସ୍ତାର ପାଇଁ ସୁଯୋଗ ଦେଉଥିବାର ଦେଖାଯାଉଛି ।