ବାରବାଟୀ ମ୍ୟାଚ୍ ପାଇଁ ଫେବୃଆରୀ ୨ରେ ଅନ୍ଲାଇନ୍ ଟିକେଟ୍
କଟକ (ସଂକେତ ଟିଭି): ଆସନ୍ତା ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଆସନ୍ତା ଫେବୃଆରୀ ମାସ ୨ ତାରିଖରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ଅନଲାଇନ୍ ମୋଡ୍ରେ ମୋଟ୍ ୪ ହଜାର ଟିକେଟ୍ ବିକ୍ରି ହେବ। ଫେବୃଆରୀ ମାସ ୭, ୮, ୯ ତାରିଖରେ ଅନଲାଇନ୍ ବୁକ୍ କରିଥିବା ବ୍ୟକ୍ତି ମାନେ ଟିକେଟ୍ ସଂଗ୍ରହ କରି ପାରିବେ । କଟକ କେମ୍ବ୍ରିଜ ସ୍କୁଲ ଓ କିଟ୍ ବିଶ୍ଵବିଦ୍ୟାଳୟ ପରିସର କାଉଣ୍ଟରରୁ ଅନଲାଇନ୍ ବୁକିଂର ହାର୍ଡ କପି ସଂଗ୍ରହ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।
୭ ଓ ୮ ତାରିଖ ଦୁଇ ଦିନ ପୂର୍ବାହ୍ନ ୧୦ ଟାରୁ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ । ୯ ତାରିଖ ଦିନ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ କାଉଣ୍ଟର । ଏହି ଦୁଇଟି ସ୍ଥାନରେ ତିନୋଟି ଲେଖାଏଁ କାଉଣ୍ଟର ରହିବ । ଫେବୃଆରୀ ୩ ଓ ୪ ତାରିଖରେ ଅନୁବନ୍ଧିତ ସଂଘ ଗୁଡ଼ିକୁ ଟିକେଟ୍ ବିକ୍ରି କରାଯିବ । ଫେବୃଆରୀ ମାସ ୫ ଓ ୬ ତାରିଖ ଦୁଇ ଦିନ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।