FeaturedLatestNewsPolitics

୨୩ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ବର(ସଂକେତ ଟିଭି): ବିଜେପି ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ନାମ ଆଜି ଘୋଷଣା କରିଛି । ଆଜି ପ୍ରଥମ ଦିନରେ ୨୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ବାକି ୧୪ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ବୋଲି ସୂଚନା ରହିଛି । ସେପଟେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କୌଣସି ଦ୍ୱନ୍ଦ୍ୱ ନାହିଁ । ସହମତି ଭିତରେ ଜିଲ୍ଲା ସଭାପତି ବଛାଯାଉଛି । ଘୋଷଣା ହୋଇଥିବା ବିଜେପିର ଜିଲ୍ଲା ସଭାପତିଙ୍କ ନାମ ହେଲା –

ଗଞ୍ଜାମ : ସରୋଜ ସାବତ

ବଲାଙ୍ଗୀର : ଶ୍ରୀବତ୍ସ ବେହେରା

ପୁରୀ: ଦେବେନ୍ଦ୍ର ତରାଇ

ସୁନ୍ଦରଗଡ଼ : ଗିରିଶ ସାହୁ

ଢେଙ୍କାନାଳ : ରାହାସ ବିହାରୀ ବେହେରା

କେନ୍ଦ୍ରାପଡ଼ା : ଶଶାଙ୍କ ଶେଖର ସେଠି

ବାଲେଶ୍ୱର : ଈଶ୍ୱର ଚନ୍ଦ୍ର ବେହେରା

କଟକ ନଗର : ସୁକାନ୍ତ ବିଶ୍ୱାଳ

କଳାହାଣ୍ଡି : ଯୁଗଳ ପୋଢ଼

ମୟୁରଭଞ୍ଜ ( ରାଇରଙ୍ଗପୁର ) : ଜୁରିଲାଲ ମହନ୍ତ

ଦେବଗଡ଼ : ଅରୁଣ କୁମାର ସାହୁ

ବରଗଡ : ଅରୁପାନନ୍ଦ ସାହୁ