ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତି ପୁରସ୍କାର ଘୋଷଣା, ଓଡିଶାରୁ ୧୯ ଜଣଙ୍କୁ ପୋଲିସ ପଦକ
ଭୁବନେଶ୍ବର(ସଂକେତ ଟିଭି): ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତିଙ୍କ ପୁରସ୍କାର ଘୋଷଣା ହୋଇଛି । ଓଡିଶାରୁ ୧୯ ପୋଲିସ ରାଷ୍ଟ୍ରପତି ପୁରସ୍କାର ପାଇବେ । ଉତ୍କୃଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ । ସାହସିକତା ପାଇଁ ୬ ପୋଲିସକୁ ପୁରସ୍କାର ମିଳିବ। ସେହିପରି ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର। ଅଗ୍ନିଶମ ସେବାରେ ଭମରବର ସେଠ୍ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ । ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର । ହୋମ୍ଗାର୍ଡ ଓ ସିଭିଲ୍ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ମିଳିବ ପଦକ । ପ୍ରମୋଦ କୁମାର ରାଉତ, ହୋମଗାର୍ଡ ସୌଭାଗ୍ୟ ପ୍ରଧାନଙ୍କୁ ରାଷ୍ଟ୍ରପତି ପଦକ ।
ସେହିପରି ଅନ୍ୟରାଜ୍ୟ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ୩, ଆସାମରୁ ୧୫, ବିହାରରୁ ୯, ଛତିଶଗଡ଼ରୁ ୨୨, ଦିଲ୍ଲୀରୁ ୨୦, ଗୋଆରୁ ଜଣେ, ଗୁଜରାଟରୁ ୧୧, ହରିୟାଣାରୁ ୯, ଝାଡଖଣ୍ଡ ୧୨, କର୍ଣ୍ଣାଟକରୁ ୨୧, କେରଳରୁ ୧୧, ମଧ୍ୟପ୍ରଦେଶରୁ ୨୧, ମହାରାଷ୍ଟ୍ରରୁ ୪୩, ମଣିପୁରରୁ ୮, ମେଘାଳୟରୁ ୩, ମିଜୋରାମ୍ରୁ ୪, ନାଗାଲଣ୍ଡରୁ ୪, ଓଡିଶାରୁ ୧୯, ପଞ୍ଜାବ ୧୭, ରାଜସ୍ଥାନରୁ ୧୭, ସିକ୍କିମରୁ ୨, ତାମିଲନାଡୁରୁ ୨୩, ତେଲେଙ୍ଗାନାରୁ ୧୪, ତ୍ରିପୁରାରୁ ୭, ଉତ୍ତରପ୍ରଦେଶରୁ ୯୫, ଉତ୍ତରାଖଣ୍ଡ ୫, ପଶ୍ଚିମବଙ୍ଗରୁ ୨୨ ଜଣ ପୁରସ୍କାର ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିପରି କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ଆଣ୍ଡାମନ ଓ ନିକୋବରରୁ ୩, ଚଣ୍ଡିଗଡରୁ ୨, ଲଦାଖରୁ ୨, ପୁଣ୍ଡୁଚେରୀରୁ ୩, ଜାମ୍ମୁ ଓ କାଶ୍ମୀରରୁ ୨୭ ଜଣ ରହିଛନ୍ତି ।