ଉତ୍କର୍ଷ ଓଡିଶା ସମ୍ମିଳନୀର ପ୍ରଥମ ଦିନରେ ସ୍ବାକ୍ଷରିତ ହେଲା ୫୪ଟି ଚୁକ୍ତିନାମା
ଭୁବନେଶ୍ବର(ସଂକେତ ଟିଭି): ଭୁବନେଶ୍ବର ଜନତା ମଇଦାନରେ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଉଦ୍ଘାଟିତ ହୋଇଯାଇଛି । ଏହି ସମ୍ମିଳନୀରେ ପ୍ରଥମ ଦିନରେ ୫୪ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ବିଭିନ୍ନ ଶିଳ୍ପ ସମୂହ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ଏମଓୟୁ ସ୍ବାକ୍ଷରିତ ହୋଇଛି । ଯେଉଁଥିରେ ସାଢ଼େ ଚାରି ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡିଶାକୁ ଆସିବାକୁ ଯାଉଛି ।
ଏହା ଭିତରୁ ସବୁଠୁ ବଡ୨.୨୮ ଲକ୍ଷ କୋଟି ଟଙ୍କାର ଚୁକ୍ତି ‘ଆଦାନୀ’ ଗ୍ରୁପ ସହ ସ୍ବାକ୍ଷର କରିଛି ଓଡିଶା । କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ JSW ଗ୍ରୁପ ସହ ଚୁକ୍ତି ହୋଇଛି ।JSPL ଗ୍ରୁପ ଅନୁଗୁଳସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି JSPL ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ ଘୋଷଣା କରିଛନ୍ତି ।
ବିର୍ଲା ଗ୍ରୁପ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଚୁକ୍ତି ସ୍ବାକ୍ଷର କରିଛି । ଏହାଛଡ଼ା ଆଜି ବିଭିନ୍ନ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ପାଇଛନ୍ତି ରାଜ୍ୟ ସରକାର । JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ସେହିପରି ବିଭିନ୍ନ କ୍ଷେତ୍ରରେ ନୂତନ ଶିଳ୍ପ ପ୍ରତିଷ୍ଠା ହେବ । ରାଜ୍ୟରେ ଥିବା ବିଭିନ୍ନ ମେଗା ପ୍ଲାଣ୍ଟର କ୍ଷମତା ମଧ୍ୟ ବୃଦ୍ଧି ହେବ । ବିଭିନ୍ନ କ୍ଷେତ୍ରରେ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି ଅନେକ ଜଣାଶୁଣା ବହୁଦେଶୀୟ ଶିଳ୍ପ ସଂସ୍ଥା । ଏନେଇ ଆଜି ରାଜ୍ୟ ସରକାରଙ୍କ ନିକଟରେ ବିଭିନ୍ନ ଶିଳ୍ପ ସଂସ୍ଥା ଚୁକ୍ତିନାମା କରିଛନ୍ତି । ବେଦାନ୍ତ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍ (JSPL) ଓ ଆଦିତ୍ୟ ବିର୍ଲା ଗ୍ରୁପ ପ୍ରମୁଖ ନିବେଶ ନେଇ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଛନ୍ତି ।