ଭୁବନେଶ୍ବରରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ବର(ସଂକେତ ଟିଭି): ଭୁବନେଶ୍ବର ଜନତା ମଇଦାନରେ ୨ ଦିନିଆ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟିତ ହୋଇଯାଇଛି । ଏହି କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଓଡ଼ିଶା ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ।
ମୋଦି କହିଛନ୍ତି ଯେ, ୨୦୨୫ର ଆରମ୍ଭ ସମୟରେ ଜାନୁଆରୀରେ ଓଡ଼ିଶା ଆସିଥିଲି। ପୁଣି ଆଜି ଓଡ଼ିଶା ଆସିଛି। ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ଓଡ଼ିଶା ଖୁବ୍ ଶୀଘ୍ର ସେଭଳି ଶୀର୍ଷରେ ପହଞ୍ଚିବ, ଯାହାର କେହି କଳ୍ପନା କରିନାହାନ୍ତି। ଓଡ଼ିଶାରେ ଯେଉଁ ସଂପଦ ରହିଛି, ତାର ଶିଳ୍ପାନୁଷ୍ଠାନ ଏଠାରେ ଗଢ଼ିଉଠୁ। ଓଡ଼ିଶାରେ ନିବେଶର ଅନନ୍ତ ସମ୍ଭାବନା ରହିଛି। ଏଣୁ ନିବେଶକମାନଙ୍କୁ ଅନୁରୋଧ, ସେମାନେ ଏଠି ନିବେଶ କରନ୍ତୁ ବୋଲି ମୋଦି କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ସ୍ବାଧୀନତା ପରେ ସୁଯୋଗର ଦ୍ବାର ଖୋଲିନଥିଲା । ଏବେ ଖୋଲୁଛି । ସବୁ ନିବେଶକଙ୍କୁ ଆହ୍ବାନ । ଓଡ଼ିଶାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ଶିଖରରେ ପହଞ୍ଚାଇବ ଏବଂ ମୋଦି ଗ୍ୟାରେଣ୍ଟି ବି ଅଛି । ଓଡିଶା ଏମିତି ଶିଖରରେ ପହଞ୍ଚିବ, ଯାହା ଅନ୍ୟମାନେ କଳ୍ପନା କରିନଥିବେ ।ଦେଶରେ ବିଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଓଡିଶା ଆଗୁଆ ରହିଛି । ଓଡିଶାରେ ଥିବା ସମ୍ପଦ ଏଇଠି କାମରେ ଲାଗିବ, ସେ ନେଇ ସରକାର କାମ କରୁଛନ୍ତି । ଉତ୍କର୍ଷ ଓଡିଶା ଏଥିପାଇଁ କାମ କରୁଛି । ସମୟ ଓ ନିଜର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ହେବାକୁ ପଡ଼ିବ ।
ଓଡିଶାରେ ଗ୍ରୀନ ହାଇଡ୍ରୋଜେନ ଏବଂ ଅକ୍ଷୟ ଶକ୍ତିର ପର୍ଯ୍ୟପ୍ତ ସମ୍ଭାବନା ଅଛି । ପାରାଦୀପ, ଗୋପାଳପୁରରେ ଡ଼ାଏରୀ ଫାର୍ମ ହେଉଛି । ଯେଉଁ ଯେଉଁ ଅଂଚଳରେ ଯେଉଁ ସମ୍ପଦ ଅଛି ସେଠାରେ ସେହି ଶିଳ୍ପ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି ମୋଦି । ବ୍ଲୁ ଇକୋନୋମିରେ ଓଡିଶା ଦେଶର ଆଗୁଆ ରାଜ୍ୟରେ ସାମିଲ ହେବ । ଯେଉଁ କ୍ଷେତ୍ରରେ ଅଛନ୍ତି ସେହି କ୍ଷେତ୍ରର ଏମଏସଏମଇକୁ ସପୋର୍ଟ କରିବାକୁ ନିବେଶକଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଧୁନିକ ଇକୋ ସିଷ୍ଟମ ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି । ଏହାଦ୍ବାରା ନିଯୁକ୍ତି ସୁଯୋଗ ଅଧିକ ସୃଷ୍ଟି ହେବ, ଓଡିଶା ଉତ୍କର୍ଷ, ସଶକ୍ତ ଏବଂ ସମର୍ଥ ହେବ ।
ଭାରତକୁ ବୁଝିବାକୁ ହେଲେ ଓଡିଶାକୁ ଦେଖିବାକୁ ପଡ଼ିବ, ଓଡିଶାର ପର୍ଯ୍ୟଟନ ଏବଂ ମନ୍ଦିର କୋଷ୍ଟ ଲାଇନ ଦେଖିବାକୁ ପଡ଼ିବ ଏବଂ କୋଣାର୍କ ଚକ୍ରକୁ ଜି-୨୦ର ଚି଼ହ୍ନ ଭାବେ ବ୍ୟବହାର କରାଯାଇଥିଲା । ଭୁବନେଶ୍ବରରେ ବହୁତ ଭଲ କନଭେନସନ ହୋଇପାରିବ, ଓଡିଶାରେ କନଭେସନ ଟୁରିଜିମ ପାଇଁ ପର୍ଯ୍ୟପ୍ତ ସୁଯୋଗ ରହିଛି । ମୁଁ ଓଡିଶା ୩୦ ଥର ଆସି ସାରିଛି, ସ୍ବାଧୀନତା ପରେ ଯେତେ ପ୍ରଧାନମନ୍ତ୍ରୀ ଆସିଥିବେ ତାଙ୍କଠୁ ଅଧିକ ମୁଁ ଓଡିଶା ଆସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।