FeaturedLatestNews

ମହାକୁମ୍ଭକୁ ଯାଉଥିବା ଓଏସ୍‌ଆରଟିସି ସ୍ବତନ୍ତ୍ର ବସ୍‌ ବାତିଲ

ଭୁବନେଶ୍ବର (ସଂକେତ ଟିଭି): ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ଦଳାଚକଟା ଘଟଣା ପରେ । ଓଡ଼ିଶା ରାଜ୍ୟ ସଡ଼କ ଓ ପରିବନ ନିଗମ (ଓଏଏସ୍‌ଆରଟିସି) ପକ୍ଷରୁ ସ୍ବତନ୍ତ୍ର ବସ୍ ବାତିଲ୍ ହୋଇଛି। ଫଳରେ ଆସନ୍ତା ଫେବ୍ରୁଆରି ୪ ତାରିଖ ଯାଏଁ ଓଏଏସ୍‌ଆାରଟିସିର ସ୍ବତନ୍ତ୍ର ବସ୍ ବାତିଲ୍ କରାଯାଇଛି।

ରାଜ୍ୟ ସରକାର କହିଛନ୍ତି ଯେ, ପ୍ରୟାଗରାଜରେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଏଏସ୍‌ଆରଟିସିର ନିଷ୍ପତ୍ତି ନିଆଯାଇଛି। ଯେଉଁମାନେ କୁମ୍ଭମେଳା ଯିବା ପାଇଁ ଆଗୁଆ ଟିକେଟ୍‌ କରିଥିଲେ ସେହି ଲୋକମାନେ ଟଙ୍କା ଫେରସ୍ତ ପାଇଁ ମୋବାଇଲ ନମ୍ବର (୯୯୩୭୫୪୭୭୭୩)କୁ ଯୋଗାଯୋଗ କରନ୍ତୁ।