CrimeFeaturedLatestNews

ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର(ସଂକେତ ଟିଭି): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ ଜିଲ୍ଲା ବଣାଇଁ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିଶ୍ୱଦର୍ଶୀ ସାହୁ(ଓଡବ୍ଲୁଏସ୍‌)ଙ୍କ ବଣାଇଁସ୍ଥିତ ସରକାରୀ ବାସଭବନ ସମେତ ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର, ଅଞ୍ଚଳର ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ ଚାଲିଛି । ଭିଜିଲାନ୍ସ ଟିମ୍ ଭୁବନେଶ୍ଵରର ୩ ସ୍ଥାନ ସମେତ ବାଲେଶ୍ଵର, ଯାଜପୁର ଓ ବଣାଇର ଦୁଇଟି ସ୍ଥାନରେ ରେଡ କରିଛି ।

ଭିଜିଲାନ୍ସର ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ଵରେ ୩ ଡିଏସପି ଏବଂ ୧୦ ଇନ୍ସପେକ୍ଟରଙ୍କ ନେତୃତ୍ଵରେ ଏହି ଚଢାଉ ଚାଲିଛି । ରେଡରୁ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ପୁରୁଣା ଭୁବନେଶ୍ଵର ଶ୍ରୀରାମ ନଗର ଅଂଚଳରୁ ଏକ ଦୁଇ ମହଲା କୋଠା, ଭୁବନେଶ୍ଵର ଲକ୍ଷ୍ମୀସାଗର ଅଂଚଳରେ ଗୋଟିଏ ଫ୍ଲାଟ, ଖାରବେଳନଗର ୟୁନିଟ ୩ ଅଂଚଳରେ ଗୋଟିଏ ଫ୍ଲାଟ, ବାଲେଶ୍ଵର ଏସଏନ ସେନ ରୋଡ ଅଂଚଳରେ ଗୋଟିଏ ଫ୍ଲାଟ, ଯାଜପୁର ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ସେହିପରି ସୁନ୍ଦରଗଡ଼ ବଣାଇରେ ଥିବା ସରକାରୀ ବାସଭବନ ଏବଂ ଆଇଟିଡିଏ ଅଫିସ ଇତ୍ୟାଦି ସ୍ଥାନରେ ଏକକାଳୀନ ତଦନ୍ତ ଚାଲିଛି ।