ଏକଦିବସୀୟ ମ୍ୟାଚ୍ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
କଟକ (ସଂକେତ ଟିଭି): ବାରବାଟୀ ଷ୍ଟାଡ଼ିୟମ୍ରେ ୯ ତାରିଖରେ ହେବାକୁ ଥିବା ଇଣ୍ଡିଆ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ମ୍ୟାଚ୍ ପାଇଁ ନିର୍ମାଣ ହୋଇଥିବା ଓଡ଼ିଆ ଥିମ୍ ସଙ୍ଗ୍ର ଉନ୍ମୋଚନ କରିଛନ୍ତି ।
ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି କଟକ ବାରବାଟୀ ଏକଦିବସୀୟ ପାଇଁ ଆୟୋଜନ ସନ୍ତୋଷ ଜନକ । ମ୍ୟାଚ୍ର ସଫଳ ଆୟୋଜନ ପାଇଁ ସରକାର ସମସ୍ତ ସହଯୋଗ କରିବେ । ମ୍ୟାଚ୍ର ସଫଳ ଆୟୋଜନ ଆମ ସମ୍ମାନର କଥା ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆସନ୍ତା ୯ ତାରିଖରେ ଖେଳାଯିବ ଇଣ୍ଡିଆ-ଇଂଲଣ୍ଡ ଏକଦିବଶୀୟ ମ୍ୟାଚ୍ । ତେବେ ହାଇ ସ୍କୋରିଂ ମ୍ୟାଚ୍ କୁ ଆଖିରେ ରଖି ବାରବାଟୀର ପିଚ୍ ପ୍ରସ୍ତୁତ କରାଯାଉଛି । ଯଦିଓ ପଡ଼ିଆ ମଝିରେ ୫ଟି ପିଚ୍ ପ୍ରସ୍ତୁତ ହୋଇରହିଛି । କିନ୍ତୁ ଫେବୃୟାରୀ ୯, ୱାନ୍ଣ୍ଡେ ପାଇଁ ୨ଟି ପିଚ୍କୁ ଫୋକସ୍ ରଖାଯାଇଛି । ମୁମ୍ବାଇରୁ ଅଣାଯାଇଥିବା ନାଲି ମାଟିରେ ଗୋଟିଏ ପିଚ୍, ଅନ୍ୟଟି କଳାହାଣ୍ଡିର କଳାମାଟିରେ ପ୍ରସ୍ତୁତ ହୋଇଛି । କିନ୍ତୁ ଆୟୋଜକ ଓସିଏ ଚାହୁଁଛି ବ୍ଲାକ୍ ସଏଲ୍ ପିଚ୍ରେ ହିଁ ମ୍ୟାଚ୍ ହେଉ । କାରଣ ପୂର୍ବରୁ ଏହି ପିଚ୍ ଅଧିକ ଇଫେକ୍ଟିଟିଭ୍ ହୋଇଛି, ହେଲେ ଚୂଡ଼ାନ୍ତ ନିଷ୍ପତ୍ତି ମ୍ୟାଚ୍ ରେଫରୀଙ୍କ ପାଖରେ ରହିବ ।