BusinessFeaturedGeneralLatest

ବଜେଟ ଅଧିବେଶନ ପୂର୍ବରୁ ଦେଶକୁ ସମ୍ବୋଧନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ (ସଂକେତ ଟିଭି):ବଜେଟ ଅଧିବେଶନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ମହାକୁମ୍ଭ ଦଳାଟକଟା ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ।

ଏହି ଅବସରରେ ସେ କହିଛନ୍ତି ଆର୍ଟିଫିସିଈଲ ଉଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତର ଯୋଗଦନ ଆଗକୁ ବଢାଇ ‘‘ଭାରତ ଏଆଇ ମିଶନ’ ଆରମ୍ଭ କରିଛି । ଜାତୀୟ କ୍ବାଣ୍ଟମ ମିଶନ ସହ ଭାରତ ଏହି ଅଗ୍ରଣୀ ଉଦ୍ଦ୍ୟୋଗିକ ଦୁନିଆରେ ଅଗ୍ରଣୀ ଦେଶ ମାନଙ୍କ ମଧ୍ୟରେ ନିଜ ସ୍ଥାନ ତିଆରି କରିପାରିବ । କୋଭିଡ ଓ ଏହା ପରର ସ୍ଥିତି ଏବଂ ଯୁଦ୍ଧ ଭଳି ବୈଶ୍ବିକ ଚିନ୍ତା ସତ୍ତ୍ବେ ଭାରତୀୟ ଅର୍ଥବ୍ୟବସ୍ଥା ଯେଉଁ ସ୍ଥିରତା ଦେଖାଇଛି ତାହା ଏହାର ଦୃଢତାର ପ୍ରମାଣ ଅଟେ । ମୋ ସରକାର ବ୍ୟବସାୟ ବୃଦ୍ଧି ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ସେ କହିଛନ୍ତି ମୋ ସରକାର ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଛାତ୍ରଙ୍କ ପାଇଁ ଏକ ଆଧୁନିକ ଶିକ୍ଷା ପ୍ରଣାଳୀକୁ ପ୍ରସ୍ତୁତ କରିଛନ୍ତି । ଯେମିତି କି କେହି ବି ଶିକ୍ଷାରୁ ବଞ୍ଚିତ ନ ହେବେ ଏଥିପାଇଁ ମାତୃଭାଷାରେ ଶିକ୍ଷାର ଅବସର ପ୍ରଦାନ କରାଯାଉଛି । ସେ କହିଛନ୍ତି ତେରଟି ଭାରତୀୟ ଭାଷାରେ ବିଭିନ୍ନ ପରୀକ୍ଷା ଆୟୋଜିତ କରି ଭାଷାର ବାଧାକୁ ଦୂର କରିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ଅଲମ୍ପିକ ହେଉ କି ପାରାଅଲମ୍ପିକ ଭାରତୀୟ ଟିମ ପ୍ରତି ଜାଗାରେ ଭଲ ପ୍ରଦର୍ଶନ କରିଛି । ଫିଟ ଇଣ୍ଡିଆ ମୁମେଣ୍ଟ ଚଳାଇ ଆମେ ମଜବୁତ ଯୁବଶକ୍ତି ପ୍ରସ୍ତୁତ କରୁଛୁ।

ସେ କହିଛନ୍ତି ‘‘ଗ୍ରାମୀଣ ଜୀବିକା ମିଶନ ଦ୍ବାରା ଏକାନବେ ଲକ୍ଷରୁ ଅଧିକ ସ୍ବୟଂ ସହାୟତା ସମୂହକୁ ସଶକ୍ତ କରାଯାଉଛି । ଦେଶର ଦଶ କୋଟିରୁ ଅଧିକ ମହିଳାଙ୍କୁ ଏଥିରେ ଯୋଡା ଯାଇଛି । ବ୍ୟାଙ୍କ ଲିଙ୍କ ମାଧ୍ୟମରେ ତାଙ୍କୁ ନଅ ଲକ୍ଷ କୋଟିରୁ ଅଧିକ ଟଙ୍କା ବଣ୍ଟା ଯାଇଛି । କୃଷି ସଖୀଙ୍କ ମାଧ୍ୟମରେ ଚାଷକୁ ଗୁରୁତ୍ବ ଦିଆଯିବା ସହ ପଶୁ ସଖୀଙ୍କ ଦ୍ବାରା ପଶୁଧନକୁ ମଜବୁତ କରାଯାଉଛି । ଡ୍ରୋନ ଦିଦି ଯୋଜନା ମହିଳାଙ୍କୁ ଆର୍ଥିକ ଓ ଟେକ୍ନୋଲୋଜିରେ ସଶକ୍ତିକରଣର ମାଧ୍ୟମ ସାଜିଛି’’ ।

ସେ କହିଛନ୍ତି ଭାରତର ମେଟ୍ରୋ ରେଳ ନେଟୱର୍କ ବର୍ତ୍ତମାନ ସୁଦ୍ଧା ଏକ ହଜାର କିଲୋମିଟର ରାସ୍ତା ଅତିକ୍ରମ କରିସାରିଲାଣି । ଦୁନିଆରେ ଭାରତ ତୃତୀୟ ସବୁଠାରୁ ବଡ ନେଟୱର୍କ ସାଜିଛି । ଉଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ ପରିଯୋଜନା ସ୍ବପ୍ନ ପୂରଣ ହୋଇଛି । ଏବେ ଦେଶରେ କଶ୍ମୀର ଠୁ କନ୍ୟାକୁମାରୀ ପର୍ଯ୍ୟନ୍ତ ରେଳ ସଂଯୋଗ ହେବ । ଏବେ ଆମର ଗୋଟିଏ ଲକ୍ଷ୍ୟ। ଆମେ ବିକଶିତ ଭାରତ ତିଆରି କରିବୁ ।