BusinessFeaturedLatest

ବଜେଟ୍‌ ୨୦୨୫-୨୬ : ୧୦ଟି ଶିଳ୍ପକୁ ଗୁରୁତ୍ବ

ନୂଆଦିଲ୍ଲୀ (ସଂକେତ ଟିଭି): ଲୋକସଭାରେ ୨୦୨୫-୨୬ ବଜେଟ୍‌ ଉପସ୍ଥାପିତ ହୋଇଛି । ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ଗରିବ, ଯୁବକ, ଅନ୍ନଦାତା, ମହିଳାଇନ୍ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ MSME ଆଦି ଫୋକସରେ ରହିଛି। ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ମିଳିଛି। କୃଷି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ରହିଛି ।

ଏଡିବୁଲ ଅଏଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟ । ଏଥିପାଇଁ ୬ ବର୍ଷିଆ ସ୍କିମ୍‌ ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ। ମକାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ।

ଏହି ବଜେଟ୍ ଅନ୍ତର୍ଭୁକ୍ତ କୃଷକଙ୍କ ପାଇଁ। ଏହା ଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ। ୧୦୦ଟି ଜିଲ୍ଲାରେ ଧନଧାନ୍ୟ ଯୋଜନା ଆରମ୍ଭ ହେଉଛି। ଏହା ସହିତ, କିଷାନ କ୍ରେଡିଟ୍ କାର୍ଡର ସୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।

MSME ବିକାଶର ଦ୍ବିତୀୟ ଇଞ୍ଜିନ । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍‌ । MSME କ୍ଷେତ୍ର ପାଇଁ ଅଧିକ ଋଣ ମଞ୍ଜୁରୀ କରାଯିବ । ଯୁବକଙ୍କୁ MSME ଦ୍ବରା ଅଧିକ ନିଯକ୍ତି ଦେଇ ହେବ ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍‌ । ଅଣଚମଡ଼ା ଶିଳ୍ପ ଦ୍ବାରା ୨୨ ଲକ୍ଷ ଉପକୃତ ହେବେ ବୋଲି ସେ କହିଛନ୍ତି।

ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ। ୧ କୋଟି ଗର୍ଭବତୀ ମହିଳା, ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ୧୦ ବର୍ଷରେ ମେଡିକାଲ ସିଟ୍‌ ୧.୧ ଲକ୍ଷ ବୃଦ୍ଧି ଘଟିଛି। ସବୁ ଜିଲ୍ଲା ହସ୍ପିଟାଲ୍‌ରେ କ୍ୟାନ୍ସର ଚିକିତ୍ସା କେନ୍ଦ୍ର ରହିବ। ଆସନ୍ତା ୩ ବର୍ଷରେ ଲକ୍ଷ୍ୟ ପୂରଣ କରାଯିବ ବୋଲି ସେ କହିଛନ୍ତି।

ଖେଳନା ଉତ୍ପାଦନ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବୁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ ଆମେ ଖେଳନା ଉତ୍ପାଦନ କ୍ଷେତ୍ରରେ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବୁ। ଏଥିପାଇଁ ଏକ ଯୋଜନା ଆରମ୍ଭ କରାଯିବ। ଏ ସଂପର୍କିତ ଇକୋସିଷ୍ଟମର ବିକାଶ ଉପରେ ଗୁରୁତ୍ୱ ଦିଆଯିବ, ଯାହା ଦ୍ୱାରା ଉଚ୍ଚମାନର ପରିବେଶ ଅନୁକୂଳ ଖେଳନା ଉତ୍ପାଦନ ହେବ ।

ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି । ୨୦୨୮ ସୁଦ୍ଧା ଜଳ ଜୀବନ ମିଶନ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶ ହେବ । ତିଷ୍ଠାରେ କରାଯିବ ନ୍ୟୁକ୍ଲିୟର ଏନର୍ଜି ମିଶନ। ୧୧ ଗିଗା ଓ୍ୱାଟ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ । ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ନିବେଶ ହେବ। କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ପ୍ରତିଷ୍ଠା କରି ଶକ୍ତି ଉତ୍ପାଦନ କରାଯିବ।

ମଡିଫାଏଡ୍‌ ଉଡାଣ ସ୍କିମ୍‌ ଲାଗୁ ହେବ । ଏଥିରେ ଯୋଡ଼ି ହେବେ ଆଉ ୪ କୋଟି ବିମାନ ଯାତ୍ରୀ । ବିହାର ପାଟ୍‌ନାରେ ହେବ ଏକ ଗ୍ରୀନ ଫିଲ୍ଡ ବିମାନବନ୍ଦର । ୧ କୋଟିରୁ ଅଧିକ ପଞ୍ଜିକୃତ ଏମଏସଏମଇ ଉଦ୍ୟୋଗ ଅଛନ୍ତି। କୋଟି କୋଟି ଲୋକଙ୍କ ନିଯୁକ୍ତି ଏହା ସହିତ ଜଡିତ। ଏହା ଭାରତକୁ ଏକ ଉତ୍ପାଦନ ମୁଖ୍ୟ କରିଥାଏ। ସେମାନେ ଯେପରି ଅଧିକ ଟଙ୍କା ପାଇପାରିବେ, ସେଥିପାଇଁ ଏହାକୁ ଅଢ଼େଇ ଗୁଣ ବୃଦ୍ଧି କରାଯାଉଛି। ଏହା ଯୁବପିଢ଼ିକୁ ନିଯୁକ୍ତି ପ୍ରଦାନ କରିବ। ଆମେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ୫କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।