ଆୟକର ଛାଡ ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି
ନୂଆଦିଲ୍ଲୀ (ସଂକେତ ଟିଭି): ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ସେ ଆୟକର ଛାଡ଼ସୀମା ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ସମୟସୀମାକୁ ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି। ଆୟକର ସୀମା ବଢିବା ଦ୍ବାରା ଲୋକଙ୍କ ପାଖରେ ଅଧିକ ଅର୍ଥ ରହିବ ଓ ସେମାନେ ଅଧିକ ଖର୍ଚ୍ଚ କରିବ । ଏହା ଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଦ୍ବାରା ଅଭିବୃଦ୍ଧି ତ୍ବରାନ୍ବିତ ହେବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଏକ ନୂତନ ଆୟକର ବିଲ୍ ଆଗତ କରାଯିବ। ଆୟକର ପାଇଁ ନୂଆ ଆଇନ ପ୍ରଣୟନ କରାଯିବ। ଆୟକର ନିୟମରେ ବଡ଼ ଧରଣର ପରିବର୍ତ୍ତନ ହେବ। ତେବେ ଏହା ଟିକସ ସ୍ଲାବ ସହ ଜଡିତ ହେବ ନାହିଁ ।
ଆୟକର ସ୍ଲାବ୍
୧୨ ଲକ୍ଷ ପର୍ଯ୍ୟନ୍ତ – କିଛି ନାହିଁ
୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ – ୧୫ ପ୍ରତିଶତ
୧୬ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ – ୨୦ ପ୍ରତିଶତ
୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ – ୨୫ ପ୍ରତିଶତ
୨୪ ଲକ୍ଷରୁ ଅଧିକ ଆୟ – ୩୦ ପ୍ରତିଶତ
