ବଜେଟ୍ ୨୦୨୫-୨୬: କ’ଣ ହେଲା ଶସ୍ତା
ନୂଆଦିଲ୍ଲୀ (ସଂକେତ ଟିଭି): ଲୋକସଭାରେ ୨୦୨୫-୨୬ ବଜେଟ୍ ଉପସ୍ଥାପିତ ହୋଇଛି । ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ କିଛି ସାମଗ୍ରୀ ମହଙ୍ଗା ମଧ୍ୟ ହୋଇଛି । ତେବେ ଜାଣିରଖନ୍ତୁ କେଉଁ କେଉଁ ଜିନିଷ ଶସ୍ତା ହୋଇଛି।
ଶସ୍ତା ସାମଗ୍ରୀ
-ମୋବାଇଲ ଫୋନ ଶସ୍ତା ହେବ
-ଜୀବନ ରକ୍ଷାକାରୀ ୩୬ ଔଷଧ ଶସ୍ତା ହେବ
-LED ଟିଭି ଶସ୍ତା ହେବ
-କପଡ଼ା ସାମଗ୍ରୀ ଶସ୍ତା ହେବ
-ଇଭିକାର୍ ଶସ୍ତା ହେବ
-ସାମୁଦ୍ରିକ ଖାଦ୍ୟ ଶସ୍ତା ହେବ
-ବୈଦ୍ୟୁତିକ ସାମଗ୍ରୀ ଶସ୍ତା ହେବ
-ଶସ୍ତା ହେବ ଚମଡ଼ାଜାତ ଦ୍ରବ୍ୟ, ହ୍ରାସ ହେଲା କର
-ଲିଥିୟମ ବ୍ୟାଟେରୀ ମଧ୍ୟ ଶସ୍ତା
ବଜେଟରେ କରାଯାଇଥିବା ଘୋଷଣା ଅନୁଯାୟୀ ଲିଥିୟମ୍ ବ୍ୟାଟେରୀ ମୋବାଇଲଠାରୁ ଟିଭି ପର୍ଯ୍ୟନ୍ତ ସବୁକିଛି ଶସ୍ତା ହେବ । ଏହା ବ୍ୟତୀତ ବୈଦ୍ୟୁତିକ କାର ମଧ୍ୟ ଶସ୍ତା ହେବ। କେବଳ ଏତିକି ନୁହେଁ ଭାରତରେ ନିର୍ମିତ ସମସ୍ତ ପ୍ରକାର ଇଲେକ୍ଟ୍ରୋନିକ୍ ଉତ୍ପାଦ ମଧ୍ୟ ଶସ୍ତା ହେବ । ଏଥିସହ ସରକାର ଲିଥିୟମ-ଆୟନ ବ୍ୟାଟେରୀ ସ୍କ୍ରାପ, କୋବାଲ୍ଟ ପାଉଡର, ଜିଙ୍କ, ସୀସା ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥକୁ ମୌଳିକ କଷ୍ଟମ ଡ୍ୟୁଟି (ବିସିଡି)ରୁ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଥିଲିନ ବ୍ୟାଟେରୀ ମ୍ୟାନୁଫ୍ୟାକଚରିଂ ଲାଗି ୩୫ ଅତିରିକ୍ତ କ୍ୟାପିଟାଲ ଗୁଡ୍ସ ଓ ମୋବାଇଲ ଫୋନ ବ୍ୟାଟେରୀ ଉତ୍ପାଦନ ଲାଗି ୨୮ ଅତିରିକ୍ତ କ୍ୟାପିଟାଲ ଗୁଡ୍ସର ପ୍ରସ୍ତାବ ରଖିଛନ୍ତି । ଏଥିରେ ଲିଥିୟମ୍-ଆୟନ ବ୍ୟାଟେରୀ ତିଆରି କରୁଥିବା ଘରୋଇ ଉତ୍ପାଦକମାନଙ୍କୁ ସ୍ଥାନ ଦିଆଯିବ । ଏହାଦ୍ବାରା ଦେଶରେ ମୋବାଇଲ୍ ବ୍ୟାଟେରୀ ଉତ୍ପାଦନର ମୂଲ୍ୟ ହ୍ରାସ ପାଇବ ।
ଏହାବାଦ ଏଲଇଡି-ଏଲସିଡି ଟିଭିର ମୂଲ୍ୟ ମଧ୍ୟ ହ୍ରାସ ପାଇବ। ଏଗୁଡିକ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି । ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ ଦେଶର ସମସ୍ତ ସରକାରୀ ବିଦ୍ୟାଳୟ ଏବଂ ଡାକ୍ତରଖାନାକୁ ଇଣ୍ଟରନେଟ୍ ସଂଯୋଗ ଯୋଗାଇଦେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।