ଏମଏସଏମଇ କ୍ଷେତ୍ରରେ କେନ୍ଦ୍ର ବଜେଟରେ ହେଲା ବଡ ଘୋଷଣା
ନୂଆଦିଲ୍ଲୀ (ସଂକେତ ଟିଭି): ଲୋକସଭାରେ ୨୦୨୫-୨୬ ବଜେଟ୍ ଉପସ୍ଥାପିତ ହୋଇଛି । ଏଥିରେ ଏମଏସଏମଇ କ୍ଷେତ୍ରକୁ ଆଗକୁ ବଢାଇବା ପାଇଁ ବଜେଟରେ ବଡ ଘୋଷଣା କରାଯାଇଛି । ଏମଏସଏମଇ ସେକ୍ଟରରେ କ୍ରେଡିଟ କଭରକୁ ବୃଦ୍ଧି କରାଯିବ । ମିଡିଆ ରିପୋର୍ଟ ଅନୁସାରେ ଏହାଦ୍ବାରା 20 କୋଟି ଟଙ୍କା ଋଣର ପ୍ରାବଧାନ ରହିବ । ଏମଏସଏମଇ ବର୍ଗୀକରଣ ପାଇଁ ଟର୍ଣ୍ଣଓଭର ସୀମା ଦୁଇଗୁଣ ସୀମା ଦୁଇଗୁଣ କରାଯିବ ।
ରିପୋର୍ଟ ଅନୁସାରେ ଦେଶେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ଦ୍ୟୋଗୀଙ୍କ ସଂଖ୍ୟା ଏକ କୋଟି ରହିଛି । ଏହି କ୍ଷେତ୍ରେ ୫ କୋଟିରୁ ଅଧିକ ଲୋକେ ଯୋଡି ହୋଇଛନ୍ତି । ଏହା ଭାରତକୁ ଦୁନିଆରେ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଅଗ୍ରଣୀ ଦେଶ ହେବାରେ ସହାୟକ ହେବ । ଏମଏସଏମଇ ୪୫ ପ୍ରତିଶତ ଆମଦାନୀର ଭାଗିଦାରୀ ଅଟେ । ଏହା ଦ୍ବାରା କ୍ରେଡିଟ ଗ୍ୟାରେଣ୍ଟି କଭରକୁ ବୃଦ୍ଧି କରାଯାଇ ପାରିବ । ଏମଏସଏମଇ ମନ୍ତ୍ରାଳୟ ଦେଶକୁ ଆତ୍ମନିର୍ଭର ହେବା ଦିଗରେ ସାହାଯ୍ୟ କରିବ । ଏହା ଦ୍ବାରା ସୂକ୍ଷ୍ମ ବିନିର୍ମାଣ ଓ ସେବା ଉପକରଣକୁ ବି ଗୁରୁତ୍ବ ଦେବାର ପ୍ରାବଧାନ ରହିଛି ।
୧ କୋଟିରୁ ଅଧିକ ପଞ୍ଜିକୃତ ଏମଏସଏମଇ ଉଦ୍ୟୋଗ ଅଛନ୍ତି। କୋଟି କୋଟି ଲୋକଙ୍କ ନିଯୁକ୍ତି ଏହା ସହିତ ଜଡିତ। ଏହା ଭାରତକୁ ଏକ ଉତ୍ପାଦନ ମୁଖ୍ୟ କରିଥାଏ। ସେମାନେ ଯେପରି ଅଧିକ ଟଙ୍କା ପାଇପାରିବେ, ସେଥିପାଇଁ ଏହାକୁ ଅଢ଼େଇ ଗୁଣ ବୃଦ୍ଧି କରାଯାଉଛି। ଏହା ଯୁବପିଢ଼ିକୁ ନିଯୁକ୍ତି ପ୍ରଦାନ କରିବ। ଆମେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭରକୁ ୫କୋଟି ଟଙ୍କାରୁ ୧୦କୋଟି ଟଙ୍କାକୁ ବୃଦ୍ଧି କରାଯଇଛି।
ମେଡିକାଲ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ। ଆସନ୍ତା ବର୍ଷ ଆଉ ୧୦ ହଜାର ମେଡିକାଲ ସିଟ୍ ବୃଦ୍ଧି କରାଯିବ । ଆସନ୍ତା ୫ ବର୍ଷ ମଧ୍ୟରେ ୭୫ ହଜାର ମେଡିକାଲ ସିଟ୍ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।