FeaturedLatestNews

ଫେବ୍ରୁଆରୀ ୮ରେ ମିଳିବ ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ବର(ସଂକେତ ଟିଭି): ‘ସୁଭଦ୍ରା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଫେବ୍ରୁଆରୀ ୮ରେ ମିଳିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏ ନେଇ ସୂଚନା ଦେଇଛନ୍ତି । ଯାଜପୁରରୁ ଏହାର ଶୁଭାରମ୍ଭ ହେବ । ୩ ଓ ୪ ତାରିଖରେ ବ୍ୟାଙ୍କକୁ ଯାଇ ନିଜର ଇକେୱାଇସି ଠିକ୍ କରିଦେଲେ ସେମାନଙ୍କୁ ବି ସୁଭଦ୍ରା ଟଙ୍କା ଦିଆଯିବ। ଯଦି ୩/୪ରେ ଏନପିସିଆଇ କ୍ଲିଅର୍ ହୋଇଯିବ । ଛୋଟ ଛୋଟ ଯାହା ଅସୁବିଧା କିମ୍ବା ସମସ୍ୟା ରହିଛି ବ୍ୟାଙ୍କକୁ ଯାଇ ଆପଣ ସମାଧାନ କରିପାରିବେ । ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଚତୁର୍ଥ ପର୍ଯ୍ୟାୟରେ ହିତାଧିକାରୀଙ୍କ ସଂଖ୍ୟା ୧ କୋଟି ଟପିପାରେ । ଏବେ ବି ଅଢେଇ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ ସମସ୍ୟା ଅଛି। ଏକ ଲକ୍ଷରୁ ଅଧିକ ମହିଳାଙ୍କ ଇ କେୱାଇସି ସମସ୍ୟା ରହିଛି। ୮ ତାରିଖ ପୂର୍ବରୁ ଏହାର ସମାଧାନ କଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରାରେ ସାମିଲ ହୋଇପାରିବେ।