ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲା: ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସରଙ୍କ ସମେତ ୧୦ ଗିରଫ
ଭୁବନେଶ୍ବର(ସଂକେତ ଟିଭି): ନାକ୍ ରେଟିଂ ପାଇଁ ଲାଞ୍ଚ ମାମଲାରେ ସିବିଆଇ ସମ୍ବଲରପୁର ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କ ସମେତ ୧୦ଜଣଙ୍କୁ ଗିରଫ କରିଛି। ଶିକ୍ଷାନୁଷ୍ଠାନର ଅଧିକାରୀ ଓ ନାକ୍ ଟିମ୍ ସଦସ୍ୟଙ୍କ ନାମରେ ଏନେଇ ମାମଲା ରୁଜୁ ହୋଇଛି। ପୂରା ଟିମକୁ ଅଟକାଇ ଛାନବିନ କରୁଛି ସିବିଆଇ। ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଂ ବଢ଼ାଇବା ପାଇଁ ଲାଞ୍ଚ ଦିଆଯାଇ ଥିବା ଅଭିଯୋଗ ହୋଇଛି। ସେହି ଅଭିଯୋଗ ଆଧାରରେ ଗତକାଲି ଦେଶର ୧୦ଟି ବିଶ୍ୱ ବିଦ୍ୟାଳୟରେ ଛାନ୍ଭିନ୍ କରିଥିଲେ ସିବିଆଇ। ସେହି ଲିଙ୍କ ସମ୍ବଲପୁରରେ ମିଳିବା ପରେ ପ୍ରଫେସର ଡ.ବୁଲୁ ମହାରଣାଙ୍କ ଘରେ ସିବିଆଇ ଖୋଳତାଡ଼ କରୁଛି।
ଏହି ମାମଲାରେ ସିବିଆଇ ଚେନ୍ନାଇ, ବାଙ୍ଗାଲୋର, ବିଜୟୱାଡା, ସମ୍ୱଲପୁର, ପାଲମୁ, ଭୋପାଳ, ଦିଲ୍ଲୀ ଆଦି ଅଞ୍ଚଳର ୨୦ଟି ସ୍ଥାନରେ ସିବିଆଇ ଚଢ଼ଉ କରିଛି। ରେଡ୍ରେ ୩୭ଲକ୍ଷ ଟଙ୍କା, ୬ଟି ଲାପଟପ୍, ଆଇ-ଫୋନ ଜବତ କରାଯାଇଛି। ଜିପି ସାରଥୀ ଶର୍ମା ଭିସି କେଏଲଇଏଫ କୋନେରୁ, ରାଜା ହରିନ ଭାଇସ ପ୍ରେସିଡେଣ୍ଟ କେଏଲଇଏଫ, ଏ ରାମ କ୍ରିଷ୍ଣା, କେଏଲ୍ ୟୁନିଭର୍ସିଟି ହାଇଦ୍ରାବାଦ, ସମରେନ୍ଦ୍ର ନାଥ ସାହା ଭିସି ଚନ୍ଦ୍ରବଂଶୀ ବିଶ୍ୱବିଦ୍ୟାଳୟ ତଥା ଅଧ୍ୟକ୍ଷ ଏନ୍ଏଏସି ଇନ୍ସପେକ୍ସନ୍ କମିଟି ଗାୟତ୍ରୀ ଦେବରାଜା ସଦସ୍ୟ ନାକ୍ କମିଟି, ସମ୍ୱଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ.ବୁଲୁ ମହାରଣା ସିବିଆଇ ଗିରଫ କରିଛି।